ବେକରେ ଶାଢୀ ଲଗାଇ ବାଳିକାଙ୍କ ହତ୍ୟା ନା ଆତ୍ମହତ୍ୟା ମୃତ୍ୟୁ ର କାରଣ ଅସ୍ପଷ୍ଟ

0
632
ବେକରେ ଶାଢୀ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୭/୫) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗାଁ’ର ଗୌଡ ସାହିରେ ଜଣେ ବାଳିକା ନିଜ ବେକରେ ଶାଢୀ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।WhatsApp Image 2023 05 17 at 20.56.28 ବେକରେ ଶାଢୀ ଲଗାଇ ବାଳିକାଙ୍କ ହତ୍ୟା ନା ଆତ୍ମହତ୍ୟା ମୃତ୍ୟୁ ର କାରଣ ଅସ୍ପଷ୍ଟ

ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଧେହ ଘେରରେ ରହିଛି । ମୃତ ବାଳିକାର ନା ଝରଣା ଗନ୍ତାୟତ (୧୬) । ନିଜ ଘର ବିଷମ କଟକ ବ୍ଲକ ରସକଲା ପଞ୍ଚାୟତର ଗୁଟୁଣା ଗାଁ’ର ବୋଲି ଜଣାପଡିଛି । ମୃତ ବାଳିକାର ନାନୀ ମାଧୁରି ସାହୁ (ଗେଡାପୁ) ଓ ଜ୍ୱାଇଁ ଚିରଞ୍ଜିବି ସାହୁ (ଗେଡାପୁ) କହିବା ଅନୁଯାଇ ମୃତ ଝରଣାକୁ ଘଣ୍ଟପର୍ବ ଦେଖିବାକୁ ଡାକି ଆଣିଥିଲେ । ପୁର୍ବରୁ ମୃତ ଝରଣାକୁ ବେଲକଣା ଗାଁ’ର ପିୟୁସି ନାନୀଙ୍କ ପୁଅ ପଙ୍କଜ ନେମାଲପୁରି ପ୍ରେମ ସମ୍ପର୍କ ରହିଥିଲା । ଗତ କାଲି ରାତ୍ର ଘଣ୍ଟପର୍ବ ଦେଖିବା ପାଇଁ ପଙ୍କଜ ଆସି ମୃତ ଝରଣା ସହ ଘର ସାମ୍ନାରେ କଥାବାର୍ତ୍ତା ହେଉଥିଲେ ଏହା ଦେଖି ନାନୀ, ଜ୍ୱାଇଁ ଝରଣାକୁ ବାରମ୍ବାର କଥା ହେବାକୁ ମନା କରିବା ସହ ଡାକିଥିଲେ ସେ ନ ଆସିବାରୁ କବାଟ ଦେଇ ଆମେ ଶୋଇ ପଡିବୁ ବୋଲି କହିବାରୁ ଝରଣା ଘରକୁ ଆସି ଶୋଇ ପଡିଥିଲା । ଝରଣା ଶୋଇ ପଡିଥିବା ଦେଖି ନାନୀ ଜ୍ଜାଇଁ ମଧ୍ୟ ଶୋଇ ପଡିଥିଲେ । ସକାଳୁ ନାନୀ ଉଠି ଦେଖିବାକୁ ବେଳକୁ ରଷେଇ ଘରେ ବେକରେ ଶାଢୀ ବାନ୍ଧିହୋଇ ଝୁଲୁଥିବା ଦେଖିଥିଲେ ।

ଏହି ଘଟଣାଟି ଦେଖିବା ପରେ ସାହି ପଡିଶାଙ୍କୁ କହି କଲ୍ୟାଣସିଂହପୁର ପୁଲିସ ଥାନାକୁ ଜଣାଇବାରୁ ଖବର ପାଇ ଘଟଣା ସ୍ଥଳକୁ ଏସଆଇ ଶିବ ପ୍ରସାଦ ସାହୁ, ସଞ୍ଜୟ କୁମାର ମୁର୍ମୁ ପହଞ୍ଚି ଘଟଣାର ଅନୁଧ୍ୟାନ କରି ବା ପରେ ଶବ ଜବତ କରି କେସ ନଂ ୮ରେ ଅପମୃତ ମାମଲା ରୁଜ୍ଜୁ କରି ଘଟଣା ଅଧିକ ତଦନ୍ତ ଚଲାଇଥିବା ଜଣାପଡିଛି । ଉକ୍ତ ମର ଶରୀରକୁ କଲ୍ୟାଣସିଂହପୁର ଶବ ବ୍ୟବଚ୍ଛେଦ କେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଧିକ ଖବର ନଥବାରୁ ଜଣା ପଡିଛି ଯେ ଉକ୍ତ ପରିବାର ବିବାହ କରି ଏକ ବର୍ଷ ଧରି ଶିକରପାଇ ରହିଥିଲେ । କୌଣସି କାରଣରୁ ଉକ୍ତ ପରିବାର ଶିକରପାଇ ଗୌଡ ସାହିର ବିଜୟ ନାୟକଙ୍କ ଘରେ ପ୍ରାୟ ସପ୍ତାହ ଧରି ଘରଭଡା କରି ରହି ଆସୁଥିଲେ । ମୃତ ଝରଣା ସହ ବେଲକଣା ଗାଁ’ର ପଙ୍କଜ ସହ ପ୍ରେମ ସମ୍ପର୍କ ରହିଥିବା ନାନୀ ପ୍ରକାଶ କହିଛନ୍ତି ।