ଦଶମ ଆର୍ନ୍ତଜାତୀୟ ଆର୍ଟ ଅଫ ଗିଭିଙ୍ଗ ପାଳିତ

0
96
ଦଶମ ଆର୍ନ୍ତଜାତୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୭/୦୫) : ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ଦଶମ ଆର୍ନ୍ତଜାତୀୟ ଆର୍ଟ ଅଫ ଗିଭିଙ୍ଗ ମହା ସମାରୋହରେ ପାଳିତ ହୋଇଯାଇଛି ।

ସମାଜରେ ସାହାର୍ଯ୍ୟ, ସହଯୋଗ, ମୈତ୍ରୀ ବାଣ୍ଟିବା ପାଇଁ ୨୦୨୩ ମସିହା ମେ ମାସ ୧୭ ତାରିଖରୁ ଶିକ୍ଷାବିତ, ସମାଜସେବୀ, ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ ଗିଭିଙ୍ଗ ପ୍ରୟାସ ସମଗ୍ର ବିଶ୍ୱରେ ଆଦୃତିଲାଭ କରିଛି । ଏହାକୁ ପାଥେୟ କରି ପ୍ରତ୍ୟହ ବର୍ଷ ମେ ୧୭ ତାରିଖରେ ବିଭିନ୍ନ ଦେଶରେ ଆର୍ନ୍ତଜାତୀୟ ଆର୍ଟ ଅଫ ଗିଭିଙ୍ଗ ପାଳିତ ହୋଇ ଆସୁଛି । ସବୁ ବର୍ଷ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍ ଗିଭିଙ୍ଗର ଚଳିତ ବର୍ଷର ଥିମ ରହିଛି ହେଲପିଙ୍ଗ ଦ ହେଲପ୍ ଅର୍ଥାତ ସାହାର୍ଯ୍ୟକାରୀଙ୍କୁ ସାହାର୍ଯ୍ୟ । ଏ ନେଇ ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ଠାରେ ସକାଳ ୭ ଘଟିକା ସମୟରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଲକ୍ଷ୍ମୀ ନାରାୟଣ ପୁରୋହିତ ଅତିଥି ଭାବରେ ଯୋଗଦେଇ ସାହାର୍ଯ୍ୟକରୁଥିବା ସାହାର୍ଯ୍ୟକାରୀଙ୍କୁ ସମ୍ମାନିତ କରିଥିଲେ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ୬ ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଥିବା ବେଳେ ସଂନ୍ଧ୍ୟା ୬ ଟା ସମୟରେ ସୋନପୁର ସ୍ଥିତ ସାହାରା ଟ୍ରଷ୍ଟ ଅଡିଟରିୟମ ଠାରେ ଆର୍ଟ ଦଶମ ଆର୍ନ୍ତଜାତୀୟ ଅଫ ଗିଭିଙ୍ଗ ମହାସମାରୋହରେ ପାଳନ କରାଯାଇଛି ।

କିସ ଶାଖାର କୋଡିନେଟର ପ୍ରଭଞନ ପୁଝାରୀ ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେସ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଶିକ୍ଷକ ଅମ୍ବୁଜ ବିହାରି ଶତପଥି ପ୍ରମୁଖ ଯୋଗଦେଇ, ଆଶା, ଅଙ୍ଗନଓାଡି କର୍ମୀ, ୧୦୮ ଆମ୍ବୁଲାନସ ଡ୍ରାଇଭର, ଭିଖାରୀ,ଭଣ୍ଡାରୀ ଏବଂ ସମାଜ ଖେତ୍ରରେ ଉଲ୍ଲଖନୀୟ ଅବଦାନଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲେ । ବିଶେଷକରି ସମାଜ ସେବାରେ ବ୍ରତି ହୋଇଥିବା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଥିଲେ ଉପସ୍ଥିତ ଥିବା ଅତିଥି ମାନେ । ଏଇ ଅବସରରେ ଆର୍ଟ ଅଫ ଗିଭିଙ୍ଗ ଉପରେ ଏକ ଚଳଚିତ୍ର ପଦର୍ଶିତ ହୋଇଥିଲା ।