ପ୍ରବାସୀ ଓଡ଼ିଆ ପୁଅ ମିଟୁ ଆନ୍ଧ୍ର ବୋର୍ଡ ପରୀକ୍ଷା ରେ ଦ୍ଵିତୀୟ ସ୍ଥାନ ପାଇଛନ୍ତି

0
185
ପ୍ରବାସୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୫) : ଗଜପତି ଜିଲ୍ଲା ସୀମାନ୍ତ ତଥା ପାରଳାଖେମୁଣ୍ଡି ଠାରୁ ମାତ୍ର ୩ କିମି ଦୂର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ର ଜଣେ ପ୍ରବାସୀ ଓଡ଼ିଆ ପୁଅ ମିଟୁ ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡ଼ିଆ ଙ୍କ ଗର୍ବକୁ ରକ୍ଷା କରିଛନ୍ତି l

ପାରଳାଖେମୁଣ୍ଡି ଠାରୁ ମାତ୍ର ୩ କିମି ଦୂର ପୁରୁଣା ପାଟଣା ଗ୍ରାମରେ ମେକାନିକ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିବା ପ୍ରବାସୀ ଦୁର୍ଗା ମହାପାତ୍ର ଙ୍କ ପୁଅ ମିଟୁ ମହାପାତ୍ର ୯୯ % ମାର୍କ ରଖି ଆନ୍ଧ୍ର ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ରାଜ୍ୟ ରେ ଦ୍ଵିତୀୟ ସ୍ଥାନ ଓ ଶ୍ରୀକାକୁଲମ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଛନ୍ତି l ଏହି ରିଜଲ୍ଟ ପ୍ରକାଶ ପାଇବା ପରେ ନିଜ ପରିବାର ତଥା ଆନ୍ଧ୍ର ରେ ରହୁଥିବା ଓଡ଼ିଆ ସମାଜ, ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଖୁବ ଖୁସି ପ୍ରକାଶ ପାଇଛି l ଦୃଢ଼ତା ଓ ଏକାଗ୍ରତା ତଥା ନୁଜ ର କୋଠର ଇଛା ବଳରେ ସେ ଏହି କୃତିତ୍ୱ ପାଇଥିବା ମିଟୁ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି l ଭବିଷ୍ୟତ ରେ ସେ ଜଣେ ଆଇ ପି ଏସ ଅଫିସର ହେବାର ସ୍ୱପ୍ନ ଦେଖିଛନ୍ତି l