ଗ୍ୟାସ ସିଲିଣ୍ଡର ଲିକ୍, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

0
97
ଗ୍ୟାସ ସିଲିଣ୍ଡର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ବାଗଡିଆ ଗାଁ’ରେ ରନ୍ଧନ ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁଁ ରୋଷେଇ ଘରେ ନିଆଁଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି ।WhatsApp Image 2023 05 16 at 20.56.49 ଗ୍ୟାସ ସିଲିଣ୍ଡର ଲିକ୍, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳେ ବାଗଡିଆ ଗାଁ’ର ରଞ୍ଜନ ବିଶି ଙ୍କ ଘରେ ରୋଷେଇ ଚାଲୁଥିବା ବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଘରେ ନିଆଁ ଲାଗିଗଲା । ନିଆଁ ଲାଗିବା ଜାଣି ପରିବାର ଲୋକେ ଘରୁ ବାହାରକୁ ଚାଲିଆସି ଅଳ୍ପକେ ରକ୍ଷା ପାଇଯାଇଥିବା ବେଳେ ଘରେ ଥିବା ଫ୍ରିଜ୍, ଗ୍ରାଇଣ୍ଡର, ଚୁଲା ତଥା ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ସଂପୂର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇଯାଇଛି । ନିଆଁ ର ପ୍ରକୋପରେ ଘର ଛାତ ମଧ୍ୟ ଫାଟି ଯାଇଥିଲା । ପରେ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି । ରଞ୍ଜନ ଙ୍କର କୌଣସି ଜମିବାଡ଼ି ସମ୍ପତ୍ତି ନାହିଁ । ସେ ପଲସାପାଲି ଛକରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏହି କ୍ଷତି ଯୋଗୁଁ ସେ ଭାଙ୍ଗି ପଡିଛନ୍ତି । ସରକାର ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।