Friday, March 29, 2024

Top 5 This Week

Related Posts

ସୁନା ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୬/୦୫) : ସୁନା ଦୋକାନ ରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦୋକାନ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ସୁନାରୁପା ।

ଯାଜପୁର ଥାନା ବ୍ୟାସନଗରର ଏକ ସୁନା ଦୋକାନ ରେ ଡକାୟତି । ୭ ଜଣିଆ ଡକାୟତି ଦଳ ଗ୍ରାହକ ରୂପେ ଦୋକାନଭିତରକୁ ପ୍ରବେଶ କରି କର୍ମଚାରୀଙ୍କୁ ମାଡ ମାରି ସୁନା ରୂପା ଲୁଟିନେଇଛନ୍ତି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧.୩୦ ସମୟରେ ୨ ଜଣ ବ୍ୟକ୍ତି ଗ୍ରାହକ ସାଜି ସୋରୁମ ଭିତରକୁ ପ୍ରବେଶ କରିଥିଲେ । ଏହାରି ଭିତରେ ସେମାନେ ସୁନା ଦେଖିବାକୁ କହିଥିବାବେଳେ ଜଣେ ଶୌଚାଳୟକୁ ଯାଇ ବାହାରେ ଥିବା ସହଯୋଗୀଙ୍କୁ ଫୋନ କରିଥିଲା । ପରେ ଅନ୍ୟ ୩ ଜଣ ପ୍ରବେଶ କରିଥିବା ମୋଟ ୭ ଜଣ ‌ସୋରୁମ ଭିତରକୁ ଯାଇଥିଲେ । ଦୋକାନରୁ ପାଖାପାଖି ୧୨ କୋଟି ଟଙ୍କାର ସୁନାଗହଣା ଲୁଟ ହୋଇଥିବା ଜଣାଯାଇଛି । ଦୁର୍ବୃତ୍ତଙ୍କ ମାଡରେ ଆହତ ଦୁଇ କର୍ମଚାରୀ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

Popular Articles