ପାରିବାରିକ ଅଶାନ୍ତି ଯୋଗୁଁ ଯୁବକ ଆତ୍ମହତ୍ୟା କରିଥିବା ଆଶଙ୍କା

0
92
ପାରିବାରିକ ଅଶାନ୍ତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୬/୦୫) : ପାରିବାରିକ ଅଶାନ୍ତି ଯୋଗୁଁ ଯୁବକ ଆତ୍ମହତ୍ୟା କରିଥିବା ଆଶଙ୍କା । ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପାତ୍ରପଣ୍ଡି ଗ୍ରାମ ନିକଟ ବିଶାଖାପାଟଣା କିରାଣ୍ଡୁଳ ରେଳ ଧାରଣାରେ ଜଣେ ଯୁବକଙ୍କ ମୁଣ୍ଡ ଗଣ୍ଡୀ ଅଲଗା ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାର ସୋମବାର ସକାଳୁ ଦେଖିବାକୁ ମିଳିଥିଲା ।

ପାରିବାରିକ ଅଶାନ୍ତି ଯୋଗୁଁ ଯୁବକ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ଯୁବକ ଜଣକ ନିକଟସ୍ତ ଗଉଡପୁଟ ଗ୍ରାମର ଅର୍ଚ୍ଚିତ ଗୁଣ୍ଠା ବୋଲି ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳ ଶୋକାକୁଳ ହୋଇ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଗଉଡପୁଟ ଗ୍ରାମବାସୀ ପାରିବାରିକ ଅଶାନ୍ତି ଯୋଗୁଁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଆଶଙ୍କା କରିଥିଲେ । କିନ୍ତୁ ମୁଣ୍ଡଗଣ୍ଡି ଅଲଗା ହୋଇ ପଡିଥିବା ମୃତଦେହ ନିକଟରେ ଟୋପାଏ ରକ୍ତ ନଥିବା ଦେଖି ଉପସ୍ଥିତ ଲୋକେ କିଛି ଅଲଗା ସନ୍ଦେହ କରି କୋରାପୁଟ ରେଳବାଇ ପୋଲିସକୁ ସୂଚନା ଦେଇଥିଲେ ।

କିନ୍ତୁ ଘଟଣା ସ୍ଥଳକୁ ରେଳବାଇ ପୋଲିସ ଦଳ ପହଞ୍ଚିବା ବେଳକୁ ପରିବାର ଲୋକେ ମୃତଦେହ ଉଠାଇ ନେଇ ସଂସ୍କାର କରୁଥିବା ଖବର ପାଇ ଦଳ ଘଟଣାସ୍ଥଳର କିଛି ଫଟୋ ଉଠାଇ ଖାଲି ହାତରେ ଫେରିଥିବା କୋରାପୁଟ ରେଳବାଇ ପୋଲିସ ଓଆଇସି ବିନୟ କୁମାର ଭୋଇ କହିଛନ୍ତି । କୋରାପୁଟ ରେଳବାଇ ଥାନାରେ ଘଟଣା ସମ୍ପର୍କରେ ଷ୍ଟେସନ ଡ଼ାଏରି କରାଯାଇଛି । ଆଗାମୀ ଦିନରେ କିଛି ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।