ସିପିଆଇ ମାଓବାଦୀ ପୋଷ୍ଟରସହ ଗଛକାଟି ରାସ୍ତା ଅବରୋଧ

0
93
ସିପିଆଇ ମାଓବାଦୀ

ରିପୋର୍ଟ : ନରୋତ୍ତମ ପାଢ଼ୀ
ଚନ୍ଦ୍ରପୁର, (୧୫/୫/) : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ପଙ୍କାଳଗୁଡି ନାଳ ନିକଟରେ ବାଘୁନା ଡିଭିଜନାଲ ସିପିଆଇ ମାଓବାଦୀ ପକ୍ଷରୁ ସହୀଦ ସପ୍ତାହ ପାଳନ ଅବସରରେ ସାମୁହିକ ଦାବି ନେଇ ସିପିଆଇ ମାଓବାଦୀ ପୋଷ୍ଟର ମାରିବା ସହ ଗଛ କାଟି ରାସ୍ତା ଅବରୋଧ କରିବା ଦେଖିବାକୁ ମିଳିଛି ।WhatsApp Image 2023 05 15 at 14.03.32 ସିପିଆଇ ମାଓବାଦୀ ପୋଷ୍ଟରସହ ଗଛକାଟି ରାସ୍ତା ଅବରୋଧ

ସିପିଆଇ ମାଓବାଦୀ ଙ୍କ ଦାବୀ ଗୁଡିକ ହେଲା ପ୍ରତି ପଞ୍ଚାୟତରେ ଏକ ଆଦର୍ଶ ସ୍କୁଲ ଓ ମେଡିକାଲ, ବାର୍ଦ୍ଧକ୍ୟ ଭତ୍ତା ମାସିକ ୩ ହଜାର ଟଙ୍କା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, ଏସି, ଏସିଟି ଛାତ୍ରଛାତ୍ରୀଙ୍କୁ ମାସିକ ୩ ହଜାର ଟଙ୍କା ଷ୍ଟାଇପେଣ୍ଟ ଯୋଗାଇ ଦେବା । ଆଦିବାସୀ ଅଞ୍ଚଳରେ ପେସା ଆଇନ ଲାଗୁକର । ପ୍ରତି ପରିବାରକୁ ୧୫ ଏକର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା, ମଦ ବିକ୍ରି ବନ୍ଦ କର, ଦରଦାମ ବୃଦ୍ଧିକୁ ରୋକିବା, ଜଙ୍ଗଲ ଜାତ ଦ୍ରବ୍ୟ ଓ ଫସଲର ଉଚିତ୍ ଦାମ ପ୍ରଦାନ କରିବା, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ଶିକ୍ଷକଙ୍କ ଦାବୀକୁ ମାନିବା, ବିସ୍ଥାପନ ବନ୍ଦ କରିବା, ଜଳ ଜଙ୍ଗଲ ଉପରେ ଅଧିକାର ଦେବା ଦାବିରେ ମାଓ ପୋଷ୍ଟର ମାରିବା ସହ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଗଛ କାଟି ରାସ୍ତା ଅବରୋଧ କରିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।