ଜିଲ୍ଲା ସଡ଼କସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

0
77
ଜିଲ୍ଲା ସଡ଼କସୁରକ୍ଷା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୫) : ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2023 05 16 at 08.59.59 ଜିଲ୍ଲା ସଡ଼କସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କସୁରକ୍ଷା କମିଟି ବୈଠକରେ ସମ୍ମାନନୀୟ ଅତିଥିଭାବେ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁର ଅମରେଶ ପଣ୍ଡା ଯୋଗଦାନ କରିଥିବା ବେଳେ ବୈଠକରେ ଜିଲ୍ଲାର ଅନ୍ୟାନ୍ୟ ସମ୍ପୃକ୍ତ ପଦସ୍ଥ ଅଧିକାରୀ ଙ୍କ ସହ କମିଟିର ସଦସ୍ୟ ସଦସ୍ୟା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ଦାଶ ଦୁର୍ଘଟଣା ଜନିତ ମୃତ୍ୟୁ ର ପ୍ରକୃତ କାରଣକୁ ସଠିକ ଭାବରେ ଅନୁଧ୍ୟାନ କରିବା ପାଇଁ ଏମଭିଆଇ ଓ ପୋଲିସ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିନା ହେଲମେଟ ପରିଧାନ କରି ଦୁଇ ଚକିଆ ଗାଡି ଚଲେଇବା କୁ ଦୁର୍ଘଟଣା ଜନିତ ମୃତ୍ୟୁହାର ବୃଦ୍ଧିର ପ୍ରକୃତ କାରଣ ବୋଲି କହିଛନ୍ତି । ତେଣୁ ଯେଉଁ ଦୁଇ ଚକିଆ ଗାଡି ଚାଳକ ମାନେ ବିନା ଲାଇସେନ୍ସ ଏବଂ ବିନା ହେଲମେଟ ରେ ଗାଡି ଚଲେଇବେ, ସେମାନଙ୍କ ଗାଡି କୁ ଜବତ କରାଯାଇ ଚାଲାଣ ମୁତାବକ ଜରିମାନା ଆଦାୟ କରାଯିବ ।

ତତ୍ପରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ ଦୁର୍ଘଟଣା ଜନିତ ଆହତ ମାନଙ୍କୁ ଠିକ ସମୟରେ ମେଡିକାଲ ରେ ପହଞ୍ଚାଇ ଉପଯୁକ୍ତ ଚିକିତ୍ସା ର ବ୍ୟବସ୍ଥା କରିଥିବା ୯ ଜଣ ଗୁଡ଼ ସାମରିଟନ ମାନଙ୍କୁ ମାନ ପତ୍ର ସହ ପ୍ରତ୍ୟେକ କେସ ପାଇଁ ୨୦୦୦ ଟଙ୍କା ହିସାବ ରେ ୨୪୦୦୦ ଟଙ୍କା ର ଚେକ ରାଜକୁମାର ମେହେର, ଅନିଲ କୁମାର ମେହେର, ଅକ୍ରୁର ପଧାନ, ଶତ୍ରୁଘନ ପଧାନ, ଶିବଶଙ୍କର ନାଏକ, ଗୁଜୁନୁ ସିଂ, ମୁନା ଜମିଦାର, ସାବନ ନାୟକ ଓ ମୋହନ ବନଛୋର ଙ୍କୁ ପ୍ରଦାନ କରାଯାଇଥିଲା l