ବହୁ ସମସ୍ୟା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

3
137
ବହୁ ସମସ୍ୟା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୫) : ବହୁ ସମସ୍ୟା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି । ନୂତନ ଭାବେ ନିର୍ମିତ ଜିଲ୍ଲା ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନେକ ଲୋକ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।WhatsApp Image 2023 05 15 at 09.48.53 ବହୁ ସମସ୍ୟା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ସ୍ୱାସ୍ଥ୍ୟ କେନ୍ଦ୍ରର ତୃତୀୟ ମହଲାରେ ଥିବା ଏକ ମହୁଫେଣାକୁ କେହି ଜଣେ ଭାଙ୍ଗି ଦେବାର ପ୍ରୟାସ କରିବାରୁ ମହୁଫେଣାରେ ଥିବା ମହୁମାଛି ବିକ୍ଷିପ୍ତ ହୋଇ ପଡିଛନ୍ତି । ବହୁ ସମସ୍ୟା ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । କି ରୋଗୀ କି ରୋଗୀଙ୍କ ସମ୍ପର୍କୀୟ ସଭିଏଁ ଚିକିତ୍ସାଳୟର କବାଟ ଦେଇ ରହୁଛନ୍ତି । ଅସହ୍ୟ ଗରମରେ ନୂତନ ଭାବେ ତିଆରି ଚିକିତ୍ସାଳୟର ପଙ୍ଖା, କୁଲର ଓ ଏସି ଆବଶ୍ୟକ ଅନୁଯାୟୀ କାର୍ଯ୍ୟ କରୁ ନ ଥିବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ ନିଜ ନିଜ ଘରୁ ପଙ୍ଖା ଆଣି ଚିକିତ୍ସାଳୟକୁ ଆସୁଥିବା ଅଭିଯୋଗ ହେଉଛି । ତେବେ ପ୍ରଚଣ୍ଡ ଖରା ଓ ତାତି ବେଳାରେ ମହୁମାଛିଙ୍କ ଆକ୍ରମଣ ଭୟରେ ପ୍ରସୂତି ମହିଳା, ନବଜାତ ଶିଶୁ ମାନଙ୍କୁ କବାଟ ଦେଇ ରଖିବାକୁ ହୋଇଛି ।

ନୂତନ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ପୂର୍ବରୁ ମହୁଘରାଟି ତିଆରି ହୋଇଥିବା ବେଳେ ଚିକିତ୍ସାଳୟ କର୍ତ୍ତୃପକ୍ଷ ତାକୁ ହଟେଇବାକୁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ଦିନକୁ ଦିନ ମହୁମାଛି ଅଧିକରୁ ଅଧିକ ଜନ୍ମ ନେଇ ମହୁଘରାଟିରେ ବାସ କରୁଥିଲେ । ତେବେ କେହି ଜଣେ ଆଜି ପାହାନ୍ତିଆରେ ମହୁଫେଣାଟିକୁ ଭାଂଗିବାର ପ୍ରଚେଷ୍ଟା କରିବାକୁ ମହୁମାଛି ମାନେ ବିକ୍ଷିପ୍ତ ଅବସ୍ଥାରେ ଚିକିତ୍ସାଳୟର ଏଣେ ତେଣେ ଉଡି ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହିପରି ଗତ ରାତି (ଶନିବାର) ର ପ୍ରାୟ ୩ଟା ସମୟରୁ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣିର ଅଭାବ ଦେଖା ଦେଇଛି । ରୋଗୀଙ୍କ ସେବା ଯତ୍ନ କରିବାକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଆଜି ମହାନଦୀର ବିଭିନ୍ନ ଘାଟରେ ନିଜର ସ୍ନାନ ଶୌଚ କରିବାକୁ ପଡିଥିବା ଅଭିଯୋଗ ହୋଇଛି ।

ରୋଗୀମାନେ ଆଜି ପ୍ରାୟ ୧୧ଟା ପର୍ଯ୍ୟନ୍ତ ନିଜ ନିଜର ନିତ୍ୟକର୍ମ କରି ନାହାନ୍ତି । ସେହିପରି ରୋଗୀ ଓ ରୋଗୀଙ୍କ ସଂପର୍କିୟମାନଙ୍କୁ ବାହାର ବଜାରରୁ ପାଣି କିଣିବାକୁ ପଡିଛି । ତେବେ ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିଜ ଜିଲ୍ଲା ଓ ନିଜ ନିର୍ବାଚନ ମଣ୍ଡଳୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଅବସ୍ଥା ପାଇଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଯଦି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଏପରି ଅବ୍ୟବସ୍ଥା ଘେରରେ ରହିଛି ତେବେ ରାଜ୍ୟର ଉପାନ୍ତ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ କିଭଳି ପରିଚାଳିତ ହେଉଥିବ ସେନେଇ ଜନସାଧାରଣ ପ୍ରଶ୍ନ କରିଛନ୍ତି । ତେବେ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ତୁରନ୍ତ ଚିକିତ୍ସାଳୟକୁ ପାଣି ଯୋଗାଇ ଦେବା ସହିତ ମହୁଘରାଟିକୁ କାଢି ନେବା ପାଇଁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିମାନେ ଚିକିତ୍ସାଳୟରେ ଥିବା ପ୍ରସୂତି, ଶିଶୁ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସମସ୍ୟା ହୃଦବୋଧ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ । ହେଲେ ଆଜି ରବିବାର ସାପ୍ତାହିକ ଅବକାଶ ଥିବାରୁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦେଖା କରି ପାରି ନ ଥିଲେ । ତେବେ ଏହି ଚିକିତ୍ସାଳୟର ସମସ୍ୟା ଆଉ କେତେ ସମୟ ପରେ ସମାଧାନ ହେବ ତାହା ସମୟ ହିଁ କହିବ l

3 COMMENTS

Comments are closed.