Friday, March 29, 2024

Top 5 This Week

Related Posts

ଉଲୁଣ୍ଡା ଡିଜିଟାଲ ସାମ୍ବାଦିକ ସଂଘ କର୍ମକର୍ତ୍ତା ଚୟନ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୪/୦୫) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳି କ୍ଷେତ୍ର କୋଟସମଲାଇ ଠାରେ ସାମ୍ବାଦିକ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉଲୁଣ୍ଡା ଡିଜିଟାଲ ସାମ୍ବାଦିକ ସଂଘ କର୍ମକର୍ତ୍ତା ଚୟନ କରାଯାଇଥିଲା ।

ଏହି ସଭାରେ ଉଲୁଣ୍ଡା ଡିଜିଟାଲ ସାମ୍ବାଦିକ ସଂଘ ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବରେ ଲେଖରାଜ ସାଗର, ସମ୍ପାଦକ ଭାବରେ ରାମଶଙ୍କର ସାମନ୍ତରା ଓ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ରେ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ପୁରୋହିତ, ରାଜେନ୍ଦ୍ର ପଧାନ ଚୟନ ହୋଇଥିବା ବେଳେ ପ୍ରେମାନନ୍ଦ ନାଏକ୍, ସରୋଜ ପ୍ରକାଶ ପଧାନ, ରାଜେଶ କୁମାର ବାଘ, ଶାନ୍ତନୁ କର୍ଣ୍ଣ ଓ ମହିଳା ସାମ୍ବାଦିକା ମମତା ପୁଟେଲ ସାଧାରଣ ସଦସ୍ୟ ଭାବରେ ଚୟନ କରାଯାଇଥିଲା । ଆଗକୁ ଉଲୁଣ୍ଡା ଡ଼ିଜିଟାଲ ସାମ୍ବାଦିକ ସଂଘ ପକ୍ଷରୁ ସାମାଜିକ ଓ ଜନହିତକର କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି, ଲୋକଙ୍କ ସମସ୍ୟା ଙ୍କୁ ସରକାର ନିକଟରେ ପହଞ୍ଚାଇବା, ଅନ୍ୟାୟ ଅତ୍ୟାଚାର କୁ ରୋକିବା ପାଇଁ ନିଷ୍ପତ୍ତି ନିଆଯାଉଥିଲା । ଶେଷରେ ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଧନ୍ୟବାଦ ଅର୍ପଣ ଦେଇଥିଲେ ।

Popular Articles