ଅଣ୍ଡର ଗ୍ରାଉଣ୍ଡ ରାସ୍ତା ପାଲଟିଛି ପାଚିଲା ଫଳ ବ୍ୟବସାୟୀଙ୍କ କେନ୍ଦ୍ର ବିନ୍ଦୁ

0
274
ଅଣ୍ଡର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୫) : ଦିନକୁ ଦିନ ଉଠା ଦୋକାନୀ ଏବଂ ପାଚିଲା ଫଳ ବ୍ୟବସାୟୀ ଙ୍କ କବଜାକୁ ଚାଲି ଯାଉଛି ରାୟଗଡା ସହର ରେ ଥିବା ଅଣ୍ଡର ଗ୍ରାଉଣ୍ଡ ରାସ୍ତା

ବିଶେଷ କରି ଏହି ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଛାତ୍ର ଛାତ୍ରୀ ମାନେ ଟି ୟୁସନ୍, ସ୍କୁଲ ଯିବା ଆସିବା କରିବାପାଇଁ ଏବଂ ସାଧାରଣ ଲୋକଙ୍କ ଯାତାୟାତ ରେ ସୁବିଧା ଓ ଦୁଇ ଚକିଆ ଯାନ ବାହନ ଯାତାୟାତ ନିମନ୍ତେ ତିଆରି କରାଯାଇଛି । ଏହା ବ୍ୟତୀତ ତିନି/ଚାରି ଚକିଆ ଯାନ ବାହନ ଯିବା ଆସିବା ନିମନ୍ତେ ନିଷେଧ କରାଯାଇଛି । ପୌର ପରିଷଦ ମଧ୍ୟ ଏଥିପ୍ରତି ଜନ ସାଧାରଣ ଙ୍କ ସୁରକ୍ଷା ନିମନ୍ତେ ରାସ୍ତାର ଚାରି ଦିଗରେ ଲୁହା ଖମ୍ବ ସବୁ ପତି ଥିବା ସତ୍ତ୍ୱେ କିଛି ଓମାନିଆ ଗାଡ଼ିଚାଳକ ଗାଡ଼ି ରାସ୍ତାର ଅନ୍ୟ ଏକ ପାର୍ଶ୍ୱ ଦେଇ ଏହି ରାସ୍ତା ଦେଇ ଯାତାୟାତ କରିବା ଦ୍ଵାରା ପ୍ରବଳ ଭିଡ଼ ସାଙ୍ଗକୁ ଟ୍ରାଫିକ ଜାମ ଲାଗି ରହୁଛି । ଅନ୍ୟପଟେ ରାସ୍ତାର ଗୋଟାଏ ପାର୍ଶ୍ଵ ରେ ଉଠା ଦୋକାନୀ ନିଜର ଠେଲା , ଓ ପାଚିଲା ଫଳ ବିକ୍ରି କରିବା ପାଇଁ ବସି ରହୁଛନ୍ତି ଯାହା ଦ୍ଵାରା ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ବ୍ୟବସାୟୀ ଙ୍କ ଭିଡ ଯିବା ଆସିବା କରିବାପାଇଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏଥିପ୍ରତି ପୌର ପରିଷଦ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ହୋଇଥିଲେ ଜନସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।