Tuesday, September 29, 2020
Home Corona Lockdown ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଗୋରୁଗାଈଙ୍କୁ ଖାଦ୍ୟ ବଣ୍ଟନ

ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଗୋରୁଗାଈଙ୍କୁ ଖାଦ୍ୟ ବଣ୍ଟନ

ରିପୋର୍ଟ: ଦିଲୀପ କୁମାର ଦାସ //
ପାଟଣାଗଡ଼ (୨୯/୦୪); ସାରା ବିଶ୍ବରେ ମହାମାରୀ ରୂପ ଧାରଣ କରିଥିବାରୁ କୋବିଡ୍-୧୯ ବା କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାର ଲକ୍ ଡାଉନ୍ ଘୋଷଣା ହେବା ପରେ ସାଧାରଣତ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ବୁଲା ଗାଈ ଗୋରୁ ମାନଙ୍କ ଦୁଃଖ ବୁଝିବ କିଏ ?

ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସ୍ଥିତ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ବେଉରିଆଙ୍କ ତତ୍ବଧାନରେ ପ୍ରତ୍ୟେକ ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କ ମଧ୍ୟରେ କିରାଣୀ ଭାବେ ଥିବା ପ୍ରିୟବ୍ରତ ମଲ୍ଲିକ, ହିସାବ ରକ୍ଷକ ରାକେଶ ବେହେରା, ଏବଂ ମଣ୍ଟୁ ଦାସ, ତଥା ବିଜୁ ଯୁବ ବାହିନୀର ସମ୍ପାଦକ ଅରବିନ୍ଦ କୁମ୍ଭାର, ବ୍ୟକ୍ତି ବିଶେଷ ମାନଙ୍କ ସହିତ ସହରରେ ଥିବା ବିଭିନ୍ନ ସ୍ଥାନର ଛକ,ୱାର୍ଡ଼ ,ଗଲି କନ୍ଧି ମାନରେ ବୁଲୁଥିବା ଗାଈଗୋରୁ ଦୁଃଖ ସହି ନ ପାରି କିଛି ନିଜ ରନ୍ଧା ଖାଦ୍ୟକୁ ଦେବା ସହିତ ବଜାରରୁ କିଣି ଆଣି ଥିବା ପାଣି ପରିବାକୁ ନେଇ ବିଭିନ୍ନ ସ୍ଥାନକୁ ଯାଇ ଯତ୍ନ ସହକାରେ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି ।

ଏହି ଲକ୍ ଡାଉନ୍ ସମୟରେ ନିଜେ ନ ଖାଇ ଅନ୍ୟ ପଶୁ ପକ୍ଷୀ ମାନଙ୍କର ଭୋକ ବିଷୟରେ ଅତ୍ୟଧିକ ଚିନ୍ତା ରତ ଥିବା ଏହି ଏନଏସି କାର୍ଯ୍ୟରତ ଅଧିକାରୀ ତଥା କର୍ମଚାରୀ ମାନଙ୍କ ଏହି ମହତ କାର୍ଯ୍ୟ ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମହିଳା ସଶକ୍ତିକରଣ ଆୱାର୍ଡରେ ସଂମ୍ମାନିତ ରିତାରାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା(୨୮/୦୯): ଭାରତୀୟ ମହିଳା ଅଲମ୍ପିକ ଆସୋସିଏସନ ତରଫରୁ ଯେ, କୌଣସି କର୍ମଜୀବି ମହିଳା ଯେ, କୌଣସି ସାମାଜିକ କାର୍ଯ୍ୟରେ ପାରଙ୍ଗମ ଥିବେ ଓ ସେମାନଙ୍କର ପ୍ରମାଣ ପତ୍ରକୁ...

ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା,ରାୟଗଡା (୨୮/୦୯): ଆଜି ମୁନିଗୁଡା ଵ୍ଲକର ମିଳିତ ସାମ୍ବାଦିକ ମଞ୍ଚ ପକ୍ଷରୁ କୁଟ୍ରାଗଡଠାରେ ବନ୍ଧୁ ମିଳନ ସହ ନୈଶ୍ୟ ଭୋଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି...

ପଦ୍ମପୁର ୭ ଦିନ ସଟଡାଉନ ଉଦେଶ୍ୟ କଣ ?

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୨୮/୦୯): ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଭୟବିତ ଥିବା ବେଳେ, ରାଜ୍ୟ ସରକାର କିନ୍ତୁ...

ଗୋଣ୍ଡୱାନା ଗୋଣ୍ଡ ମହାସଭା ଝରିଗାଁ ଶାଖାର ପ୍ରସ୍ତୁତି ବୈଠକ

ରିପୋର୍ଟ: ତ୍ରିନାଥ ଧୁରୁଆ // ଝରିଗାଁ (୨୮.୦୯.୨୦୨୦) କରନା ମହାମାରୀମକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ବାଣୁଆଗୁଡ଼ା ପଞ୍ଚାୟତ ଦେଉଳକୁନା ଶୈବ ପୀଠ ଠାରେ ଗୋଣ୍ଡୱାନା ଛାତ୍ର ସଂଘ (ଝରିଗାଁ) ଓ...

Recent Comments

%d bloggers like this: