Thursday, March 28, 2024

Top 5 This Week

Related Posts

ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ବୈଠକ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୩/୫) : ଆଜି ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଙ୍ଘ Mid Day Meal Workers (AICCTU) ତରଫରୁ ରାମନାଗୁଡା ନିକଟସ୍ତ ଚାକୁଣ୍ଡା ହାଟପଦା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 05 13 at 15.17.11 1 ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ମହାସଂଘର ବୈଠକ ଅନୁଷ୍ଠିତ

ଉକ୍ତ ସଭାରେ ପାଚିକା ସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ, ଗୁଣପୁର ବ୍ଲକ ସଭାପତି ପଦ୍ମାବତୀ ଶବର ଅନ୍ୟାନ୍ୟ ୧୦୦ ପାଚିକା ମାନେ ଯୋଗଦେଇଥିଲେ । ମେ ମାସ ୨୯ ତାରିଖରେ ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟିକା ସଂଘ Mid Day Meal Workers ( AICCTU) ତରଫରୁ ପାଚିକା ଓ ସହାୟିକା ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଗୁଣପୁର ଠାରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରିବାକୁ ନିଷ୍ପତି ନିଆଯାଇଛି, ସେଗୁଡିକ ମଧ୍ୟରେ ପାଚିକା ଓ ସହାୟକ ମାନଙ୍କୁ ସ୍ଥାୟୀ କରିବା, ମଧ୍ୟାହ୍ନ ଭୋଜନ କୁ ଅକ୍ଷୟ ପାତ୍ର ଓ ନନ୍ଦୀ ଫାଉଣ୍ଡେସନ ଭଳି ଘରୋଇ ସଂସ୍ଥାକୁ ଦେବା ବନ୍ଦ କରିବା, ଶ୍ରମିକ କର୍ମଚାରୀ ବିରୋଧୀ ଶ୍ରମ କୋଡ଼ କୁ ବାତିଲ କରିବା, ପାଚିକା ଓ ସହାୟକ ମାନଙ୍କୁ ପେନସନ ଯୋଜନା ଲାଗୁ କରିବା, କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଜେଟ ରେ ଛାତ୍ରଛାତ୍ରୀ ମାନଙ୍କ ଖାଇବା ଖର୍ଚ ବୃଦ୍ଧି ପାଇ ବ୍ୟବସ୍ଥା କରିବା , ନୁତନ ଶିକ୍ଷା ନୀତି ୨୦୨୦ କୁ ବାତିଲ୍ କରିବା, ନୁତନ ଭାବେ ନିଯୁକ୍ତି ପାଉଥିବା ପାଚିକା ମାନଙ୍କୁ ନିଯୁକ୍ତି ଦିନ ଠାରୁ ପାରିଶ୍ରମିକ ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଜିର ଏହି ବୈଠକରେ ଦକ୍ଷିଣ ଓଡ଼ିଶା ପାଚିକା ଓ ସହାନୟିକା ମହାସଂଘର ଉପଦେଷ୍ଟା ତ୍ରିପତି ଗମାଙ୍ଗ ପୌରହିତ କରିଥିବା ବେଳେ, ପଦ୍ମାବତୀ ଶବର, ସୁଶୀଳା ଶବର, ନମିତା ଶବର, ପ୍ରଭା ବିଡିକା, ପ୍ରତିମା ଶବର, ମଥୁରା ଶବର ପ୍ରମୁଖ ସହଯୋଗ କରିଥିଲେ ।

Popular Articles