ଯଶୋଦା ଦେବୀ ନର୍ସିଙ୍ଗ ସ୍କୁଲ ରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳନ

0
106
ଯଶୋଦା ଦେବୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୩/୦୫) : ସୁବର୍ଣ୍ଣପୁର ଯଶୋଦା ଦେବୀ ନର୍ସିଙ୍ଗ ସ୍କୁଲ ର ଅଷ୍ଟମ ବାର୍ଷିକ ଉତ୍ସବ ଏବଂ ଆନ୍ତର୍ଜାତୀୟ ସେବିକା ଦିବସ ମହାସମାରୋହ ରେ ଗତ କାଲି ସଂଖ୍ୟା ରେ ପାଳିତ ହୋଇ ଯାଇଛି l

ଯଶୋଦା ଦେବୀ ନର୍ସିଙ୍ଗ ସ୍କୁଲ ରେ ଆନ୍ତର୍ଜାତୀୟ ସେବିକା ଦିବସ ଅବସର ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଯୋଗ ଦେଇ ଉତ୍ସବ କୁ ଉଦଘାଟନ କରି ଡାକ୍ତରଙ୍କ ଭଳି ସେବାରେ ସେବିକା ଭଉଣୀ ମାନଙ୍କ ଭୂମିକା ଖୁବ ଗୁରୁତ୍ୱ ପୂର୍ଣ୍ଣ ଅଟେ, ଆପଣ ମାନେ ସମାଜ ର ଭବିଷ୍ୟତ ବୋଲି କହି କୁଷ୍ଠ ରୋଗକୁ କିଛି ଲୋକେ ଯେମିତି ଘୃଣ୍ୟ ଦୃଷ୍ଟି ରେ ଦେଖନ୍ତି, ଆପଣଙ୍କ ଜରିଆରେ ହିଁ ସମାଜ ରେ ସେଭଳି କୁସଂସାର ସବୁ କୁ ଦୁର କରାଯାଇ ପାରିବ ବୋଲି କହିଥିଲେ l ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପୁରୋହିତ ଯୋଗ ଦେଇ ସେବିକା ମାନଙ୍କୁ ଯଶୋଦା ମା ଙ୍କ ଭଳି ମାତୃତ୍ୱ, ବ୍ୟକ୍ତିତ୍ୱ ରଖିଲେ ସମାଜ ରେ ସବୁଠି ଗ୍ରହଣୀୟ ହେବେ ବୋଲି ଅନେକ ହୃଦୟସ୍ପର୍ଶୀ ବାର୍ତ୍ତା ପ୍ରଦାନ କରିଥିଲେ l

ସମ୍ମାନିତ ଅତିଥି ଭାବେ ନର୍ସିଙ୍ଗ ସ୍କୁଲ ର ଅଧ୍ୟକ୍ଷ ଦିବକାର ନାଏକ, ଡାଇରେକ୍ଟର ମନୋରଞ୍ଜନ ପଧାନ, ସମାଜସେବୀ ତଥା ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ଛାତ୍ରୀ ଓ ଷ୍ଟାଫ ଙ୍କ ଦ୍ୱାରା ନାଟକ ଦେଶୀ ହସ୍ପିଟାଲ, ଓ ନାଟକ ବିଦେଶିନୀ ସମେତ ଗୀତ ନାଚ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଆକର୍ଷଣୀୟ ଥିଲା l ସଭାକୁ ପ୍ରିନ୍ସିପାଲ ଦମୟନ୍ତୀ ମହାନନ୍ଦ ପରିଚାଳନା କରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଛାତ୍ରୀ ରାଜେଶ୍ବରୀ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ l ସ୍କୁଲ ର ଉପଦେଷ୍ଟା ରବି ବହିଦାର, ମନୋଜ ପଣ୍ଡା ଙ୍କ ସମେତ ସମସ୍ତ ଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ l ସଭାରେ ସହର ର ବହୁ ବୁଦ୍ଧିଜୀବୀ ମିଡ଼ିଆ ଓ ମେଡିକାଲ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l