Friday, March 29, 2024

Top 5 This Week

Related Posts

ଆଉଁଳି ଠାରେ ପୁଲିସ ଫାଣ୍ଡି ନିର୍ମାଣ ହେବ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୨/୫) : ଆଜି ପୂର୍ବାହ୍ନରେ ବୋରିଗୁମ୍ମା ଥାନା ଭାରପ୍ରାପ୍ତ ଅଧିକାରୀ କ୍ଷୀରେଶ୍ଵର ସାହୁଙ୍କ ନେତୃତ୍ୱରେ ଆଉଁଳି ଗ୍ରାମରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଖୀରମଣି ପୂଜାରୀ ଯୋଗ ଦେଇଥିଲେ । ଥାନା ଆଇଆଇସି କ୍ଷୀରେଶ୍ଵର ସାହୁ ନିଜ ବକ୍ତବ୍ୟ ରେ ବାଇକ ଚାଳନା ସମୟରେ ମୁଣ୍ଡ ରେ ହେଲମେଟ ପରିଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ନାବାଳକ ମାନଙ୍କୁ ବାଇକ ନ ଦେବା ପାଇଁ ଅଭିଭାବକ ଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ଆଜିର ଦିନରେ ସାଇବର ଅପରାଧ ସମାଜ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି । ଏଣୁ ସ୍ମାର୍ଟ ଫୋନ ବ୍ୟବହାର ସମୟରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ ।ସ୍ଥାନୀୟ ସରପଞ୍ଚ ଖୀରମଣି ପୂଜାରୀ କହିଥିଲେ ଯେ ପୋଲିସ ସାଧାରଣ ଲୋକ ଙ୍କ ସେବାରେ ନିୟୋଜିତ । ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାଳତୀ ମାଝୀ ନିଜ ବକ୍ତବ୍ୟରେ କହିଥିଲେ ଯେ ଆଉଁଳି ଛକ ଠାରେ ପୋଲିସ ଫାଣ୍ଡି ଟିଏ ନିର୍ମାଣ କରାଯାଉ ।

ଯାହା ଫଳରେ ପାଖାପାଖି ଲୋକେ ଉପକୃତ ହୋଇପାରିବେ ବୋଲି କହିଥିଲେ । ଥାନା ଆଇଆଇସି କ୍ଷୀରେଶ୍ଵର ସାହୁ କହିଥିଲେ ଯେ ଆଉଁଳି ଛକ ଠାରେ ପୋଲିସ ଫାଣ୍ଡି ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜସ୍ୱ ବିଭାଗ କୁ ଫାଣ୍ଡି ନିମନ୍ତେ ଦୁଇ ଏକର ଜମି ଯୋଗାଣ ନେଇ ଗୃହ ବିଭାଗ ଚିଠି କରିଛନ୍ତି ବୋଲି ଥାନା ଆଇଆଇସି କ୍ଷୀରେଶ୍ଵର ସାହୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ତରଫରୁ ଅତିରିକ୍ତ ଥାନା ଆଇଆଇସି ଡମୁ ପରଜା, ହାବିଲଦାର ସତ୍ୟ ରଞ୍ଜନ ନାୟକ, ମନୋଜ ବେହେରା, ଆମ ପୋଲିସ ସମିତି ର ସ୍ଥାୟୀ ସଭ୍ୟ ନୃସିଂହ ନାଥ ପାଣିଗ୍ରାହୀ, ଆଉଁଳି ଓ ଆଖପାଖ ଗ୍ରାମର କରେଶ ନାୟକ, ରାଜୁ ହରିଜନ, ଦୋଳଗୋବିନ୍ଦ ନାୟକ,ଅଲେଖ ଚନ୍ଦ୍ର ନାୟକ,ଗୌରୀ ଭତ୍ରା, ଜେମା ପୂଜାରୀ, ତୁଲାରାମ ଭତ୍ରା, ଚୈତନ୍ୟ ଭତ୍ରା, ଧନୁର୍ଜୟ ଗୌଡ଼, ମନଧର ଭତ୍ରା, ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles