ବିଭିନ୍ନ ବିଭାଗୀୟ ଓ ପୋଲିସ ଅଧିକାରୀ ମାନଙ୍କର ସମନ୍ୱୟ ବୈଠକ ଅନୁଷ୍ଠିତ

0
137
ବିଭିନ୍ନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୨/୦୫) : ରାୟଗଡା ଉପଖଣ୍ଡରେ ସଡ଼କ ସୁରକ୍ଷା ଓ ଆଇନ ଶୃଙ୍ଖଳା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପୋଲିସ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ।WhatsApp Image 2023 05 13 at 06.21.57 ବିଭିନ୍ନ ବିଭାଗୀୟ ଓ ପୋଲିସ ଅଧିକାରୀ ମାନଙ୍କର ସମନ୍ୱୟ ବୈଠକ ଅନୁଷ୍ଠିତ

ବିଭିନ୍ନ ବିଭାଗୀୟ ଓ ପୋଲିସ ଅଧିକାରୀ ମାନଙ୍କର ସମନ୍ୱୟ ବୈଠକ ଗତ ତା ୧୧/୦୫/୨୩ରିଖ ଦିନ ସ୍ଥାନୀୟ ରାୟଗଡା ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡା ଦିଲ୍ଲୀପ କୁମାର ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ଦେବଜ୍ୟୋତି ଦାସ ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି, ସଡ଼କ ସୁରକ୍ଷା ଏବଂ ସିଏସଆର ଦାୟିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ସଡ଼କ ଦୁର୍ଘଟଣା ଯୋଗୁଁ ଧନଜୀବନ ବହୁତ କ୍ଷତି ହେଉଥିବାରୁ ଏଥି ନିମନ୍ତେ ଦୃଢ଼ ପଦ୍ଦକ୍ଷେପ ନେବାକୁ ବୈଠକରେ ଆଲୋଚନା କରା ଯାଇଥିଲା l ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଦାସ ଏଥିନିମନ୍ତେ ବିସ୍ତୃତ ଭାବରେ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରିବାକୁ ଉପସ୍ଥାପନା କରିଥିଲେ l

ରାୟଗଡା ସହର ଭିତରକୁ ବଡ଼ ଗାଡି ଗୁଡିକ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ l ସାଇ ଇଣ୍ଟେରନେସନlଲ ଛକ ଦେଇ ସିରିକଣା ବାଟ ଦେଇ ବଡ ଗାଡି ସବୁ ଯିବାଆସିବା କରିବେ l ପୋଲିସ ବିଭାଗ ତରଫରୁ ଯଥେଷ୍ଟ ସାଇନ ବୋର୍ଡ ଲଗାଇବେ l ସ୍ୱତନ୍ତ୍ର ଉଛେଦ ପ୍ରକ୍ରିୟାରେ ରାସ୍ତା କଡ ଜବରଦଖଲ ଉଛେଦ କରାଯିବ l ଏଥି ନିମନ୍ତେ ପୋଲିସ, ପୌର ପରିଷଦ, ତହସିଲଦାର ଓ ଆଇଆଇସି ଟାଉନ ଥାନାର ସହାୟତା ନିଆଯିବ l ଦ୍ରୁତ ଓ ବେପାରୁଆ ଗାଡି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ରାୟଗଡ଼ଙ୍କୁ ଅନୁରୋଧ କରାଯାଇଥିଲା l ସହରର ଦୁର୍ଘଟଣା କମ କରିବା ନିମନ୍ତେ ରାସ୍ତାକଡ଼ରେ ସାଇନ ବୋର୍ଡ, ସିଗ୍ନାଲ ଆଦି ଦେବା ସହିତ ଆମ୍ବଗୁଡା, ଗଜପତି ଛକ, ହନୁମାନ ମନ୍ଦିର, ତୁମ୍ବିଗୁଡା ଛକ ଓ ହୋଣ୍ଡା ସୋ ରୁମ ଛକରେ ସିଲିଙ୍ଗ, ରିଲିଙ୍ଗ ବ୍ୟବସ୍ଥା କରିବାକୁ ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଥିଲା l

ପ୍ରତ୍ୟେକ ସ୍ଥରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା, କଡା କଡ଼ି ଯାଞ୍ଚ କରିବା, ସଡ଼କ ନିର୍ମlଣ କାର୍ଯ୍ୟକୁ କଡାକଡି ଭାବେ ଯାଞ୍ଚ କରିବା ଆଦି ଉପରେ ଆଲୋଚନା କରିଥିଲେ l କଡାକଡି ଯାଞ୍ଚ ବେଳେ ମଦ୍ୟପ ଗାଡି ଚାଳକ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ପ୍ରସିଡ଼ିଙ୍ଗ କରାଯିବା ସହିତ ୨୪ ଘଣ୍ଟା ମଧ୍ୟରେ କେସ୍ ଫରୱାର୍ଡ କରାଯିବ l ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ସଚେତନତା କରିବା ସହ ରାସ୍ତାରେ ସାଇନିଙ୍ଗ ବୋର୍ଡ ଠିକ ଭାବରେ ଲଗାଯିବା, ଗାଡ଼ିଚାଳକଙ୍କ ଦ୍ରୁତଗତି ଆୟୋତ କରିବା ନେଇ ରାସ୍ତା ଓ କୋଠାବାଡି, ଜାତୀୟ ରାଜପଥ ଆଦିକୁ ନିର୍ଦ୍ଦେଶ ଦେଇଥିଲେ l

ଏହା ସହିତ ସିଏସଆର କାର୍ଯ୍ୟକ୍ରମକୁ ମଧ୍ୟ ଏହି ସବୁ କ୍ଷେତ୍ରରେ ସାମିଲ ହେବା ନିମନ୍ତେ ବିଭିନ୍ନ କର୍ପୋରେଟର ଯଥା ଉତ୍କଳ ଆଳୁମନା, ଜେକେ କାଗଜ କଳ ଏବଂ ଇମ୍ଫା ଥେରୁବାଲିକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ରାୟଗଡା ଆଞ୍ଚଳିକ ପରିବହନ ଅଧିକାରୀ, ରାୟଗଡା ବିଡିଓ, କୋଲନରା, ରାୟଗଡା କଲ୍ୟାଣ ସିଂପୁର ସମସ୍ତ ତହସିଲଦାର, ଜିଲ୍ଲା ମଙ୍ଗଳ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ, ଶିଳ୍ପ ସଂସ୍ଥାର ଲୋକସମ୍ପର୍କ ଅଧିକାରୀ, ଉପଖଣ୍ଡ ସ୍ଥରୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l