ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂ ପକ୍ଷରୁ ବିଶ୍ୱ ସେବିକା ଦିବସ ପାଳିତ

0
122
ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୨/୦୫) : ଆଜି ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂ ପକ୍ଷରୁ ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ ଏଙ୍ଗେଲଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂ ପକ୍ଷରୁ ବିଶ୍ୱ ସେବିକା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଈର୍ଲାଣ୍ଡର ଆପରି ଲିଭିଂର କ୍ଲିନିକଲ୍ ନର୍ସ ମ୍ୟାନେଜର ସାଲୁ ପି ସାବୁ ଆଭାସି ମାଧ୍ୟମରେ ଯୋଗ ଦେଇ ସେବିକା ମାନଙ୍କ ଭବିଷ୍ୟତ ଏବଂ ନିଯୁକ୍ତି ବିଷୟରେ କହିବା ସହ ଭାରତ ତଥା ବିଦେଶରେ ମଧ୍ୟ ଅନେକ ସୁଯୋଗ ରହିଛି ବୋଲି କହିଥିଲେ । ସ୍କୁଲ ଅଫ ନର୍ସିଂର ଅଧ୍ୟକ୍ଷ କେ ସି ସୁରେଶ ବାବୁ ଯୋଗଦେଇ ବର୍ତମାନ ସେବା କ୍ଷେତ୍ରରେ ସେବୀକା ମାନଙ୍କ ଭୂମିକା ଓ ଅବଦାନ ବିଷୟରେ କହିଥିଲେ ।

ବିଶ୍ଵ ବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗଦେଇ ଦୈନନ୍ଦିନ ଜୀବନରେ ସେବିକା ମାନଙ୍କ ଭୂମିକା ଅତୁଳନୀୟ ବୋଲି କହିବା ସହ କୋଭିଡ ସମୟରେ ସେମାନଙ୍କର ନିରବଚ୍ଛିନ୍ନ ସେବା ଲାଗି ଆଜି ଭାରତ ବର୍ଷର ବହୁ ଜୀବନକୁ ରକ୍ଷା କରିଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିନ ଏ.ବି. ଶ୍ରୀନିବାସ ରାଓ ମଞ୍ଚାସିନ ଥିଲେ । ଏହି ଉତ୍ସବରେ ଅଧ୍ୟାପିକା ବି. ନିତ୍ୟା ସ୍ୱାଗତ ଭାଷଣ ଦେଇଥିବା ବେଳେ ରତନ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।