ବଜ୍ରପାତ ରେ ଜଣେ ମୃତ

0
134
ବଜ୍ରପାତ ରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୧୧/୫) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ସିନାସାରି ପଞ୍ଚାୟତର ଲିମାଲିଗୁଡା ଗ୍ରାମରେ ବଜ୍ରପାତ ରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।WhatsApp Image 2023 05 11 at 18.44.21 1 ବଜ୍ରପାତ ରେ ଜଣେ ମୃତ

ବଜ୍ରପାତ ରେ ଜଣେ ମୃତ । ମୃତକ ଜଣକ ହେଲେ ଲିମାଲିଗୁଡା ଗ୍ରାମର ପିତବାସ ପାଲ । ନିଜ ଗ୍ରାମରେ ସେ ଶିଲେଇ କରି ପରିବାର ପୋଷଣ କରୁଥିଲେ । ସୂଚନା ମୂତାବକ ଆଜି ଦିନ ୪ ଘଟିକା ସମୟରେ କାଳବୈଶାଖୀର ତାଣ୍ଡଵରେ ବିଜୁଳି ଘଡଘଡି ମାରିବା ଆରମ୍ଭ କରିଦେଇଥିଲା । ଏହି ସମୟରେ ପିତବାସ ନିଜ ବାଡିକୁ ପରିସ୍ରା କରିବାକୁ ଯିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା । ଘଟଣା ସ୍ଥଳରେ ପିତବାସ ସଂଜ୍ଞାହୀନ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ପିତବାସଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଙ୍ଗେ ସଙ୍ଗେ ଗୁଣପୁର ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା ।

ପ୍ରକାଶଯୋଗ୍ୟ ଯେ ମୃତ ପିତବାସଙ୍କ ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ସେ ତାଙ୍କ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତେଣୁ ଗ୍ରାମବାସୀ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ ଆର ଆଇ ଙ୍କୁ ପଠାଇ ତଦନ୍ତ କରି ସରକାରୀ ସହାୟତା (ବଜ୍ରପାତରେ ମୃତ୍ୟୁ – ୪ ଲକ୍ଷ) ଯାହା ନୀୟମ ଅଛି ପ୍ରଦାନ କରାଯିବ ବୋଲି କହିଥିଲେ । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।