ଚନ୍ଦନ ମହୋତ୍ସବ ଆସନ୍ତା ୫ ଦିନ ଯାଏ ଚାଲିବ

0
91
ଚନ୍ଦନ ମହୋତ୍ସବ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୧/୦୫) : ଆରମ୍ଭ ହୋଇଛି ବଡ଼ମ୍ବା ଗଡ଼ଜାତର ଅନନ୍ୟ ପରମ୍ପରା ଚନ୍ଦନ ମହୋତ୍ସବ । ୩ ଶହ ବର୍ଷର ଏହି ପାରମ୍ପରିକ ଯାତ୍ରା ଆସନ୍ତା ୫ ଦିନ ଯାଏ ଚାଲିବ ।

ବୁଧବାର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଦେବୀ ମିଶ୍ର, ସାହିତ୍ୟିକା ଡକ୍ଟର ପ୍ରତିଭା ମହାରଥୀ, ଚନ୍ଦନ କମିଟିର ସଭାପତି, ସମ୍ପାଦକଙ୍କ ସମେତ ଜିଲ୍ଲା ପରିଷଦ ରବୀନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ଚନ୍ଦନ ମହୋତ୍ସବ ରେ ନରସିଂହପୁର, ବଡ଼ମ୍ବା, ବାଙ୍କୀ, ଆଠଗଡ, ତିଗିରିଆ, ଢେଙ୍କାନାଳ, ଅନୁଗୁଳ ଅଞ୍ଚଳରୁ ଅନେକ ଦର୍ଶକ ସାମିଲ ହେବା ସମ୍ଭାବନା ରହିଛି । ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୧ ହଜାର ରୁ ଉର୍ଦ୍ଧ୍ୱ ଷ୍ଟଲ ପଡିଥିବାବେଳେ ମେଳା ବୁଲିବା ପାଇଁ ସ୍ଥାନୀୟ ଅଞ୍ଚଳରୁ ହଜାର ହଜାର ଲୋକଙ୍କର ସୁଅ ଛୁଟୁଛି ।