ଟ୍ରକକୁ ପିଟିଲା କାର୍ : ଜଣେ ମୃତ

0
75
ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୧/୦୫) : କଟକ ଚାନ୍ଦବାଲି ରାସ୍ତାର ସାଲେପୁର ନାଳିଆମୁହଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପଟାମୁଣ୍ଡାଇ ଡ଼ିମିରିଆକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।

ଟ୍ରକ ଟି ପମ୍ପଚର୍ ହୋଇଯିବାରୁ ରାସ୍ତାରେ ଥୁଆହୋଇଥିଲାବେଳେ କାରଟି ଟ୍ରକର ପଛପଟେ ଧକାଦେଇ ଭିତରକୁ ପଶିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା ବେଳେ ୪ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରୁଥିବାବେଳେ ଅଗ୍ନିଶମ ବିଭାଗ ପହଞ୍ଚି କଟର ସାହାଯ୍ୟରେ କାର୍ ଟିକୁ କଟାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି । ଘଟଣାଟି ବୁଧବାର ବିଳମ୍ବିତ ରାତିରେ ଘଟିଥିବାର ସୂଚନା ରହିଛି ।