Friday, August 14, 2020
Home Corona Lockdown ଲକ୍ ଡାଉନ ବେଳେ କିଏ ବେହାଳ ତ କିଏ ମାଳେମାଳ

ଲକ୍ ଡାଉନ ବେଳେ କିଏ ବେହାଳ ତ କିଏ ମାଳେମାଳ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୭/୦୪): ସାରା ଦେଶରେ ଲକ୍ ଡାଉନ ଚାଲିଛି । ଧନୀ,ଗରିବ ସମସ୍ତେ ଘରେ ଘରେ ଅଟକ ରହିଛନ୍ତି । ଦୈନିକ ମଜୁରୀ କରି ଚଳୁଥିବା ପରିବାର ମାନଙ୍କୁ ଚଳିବା କଷ୍ଟ ସାଧ୍ଯ ହେଉଛି । ଯଦି ଓ କେନ୍ଦ୍ର ସରକାର ବିପିଏଲ ଗରିବ ପରିବା,ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ।

ଲକ୍ ଡାଉନରେ କିଏ ବେହେଲା ତ କିଏ ମାଲେ ମାଳ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବର୍ଷକ ୩୦ କୋଟି ଟଙ୍କାର ଅନୁଦାନ ଆସିଥାଏ । ଲକ୍ ଡାଉନର ସୁଯୋଗ ନେଇ ଏବେ ରାସ୍ତାର ମୁରୁମ୍ କାମ,ବନ୍ଧର ପୁନଃ ଉର୍ଦ୍ଧାର, କଲଭର୍ଟ ଆଦି ପାଇଁ ଆସିଥିବା କୋଟି କୋଟି ଟଙ୍କା ବିନା କାମରେ ଠିକାଦାର,ଜେଇ ମାନଙ୍କ ମଧୁ ଚନ୍ଦ୍ରକାରେ ବିଲ୍ ହୋଇ ଟଙ୍କା ଉଡାଣ ଚାଲିଛି । ପିସି ଯଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ଘୋଷଣା କରିଛନ୍ତି ଏହା ସତ୍ବେ ପିସି ଭାଗ ବଣ୍ଟା ହୋଇ କୋଟି କୋଟି ଟଙ୍କା ଲୁଟ ଚାଲିଛି । ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ଗୁରୁଣ୍ଡା ଗାଁରେ ଦୁଇଟି ବନ୍ଦ ପୁରୋହିତ ବନ୍ଦ ଓ ନୁଆଡିହି ବନ୍ଦର ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିବା ବେଳେ ବିନା ନାମ ଫଳକରେ କାର୍ଯ୍ୟ କରି ୯୦ ଭାଗ ଅର୍ଥ ଲୁଟ କରାଯାଇଛି । ମିଠାପାଲ ଗ୍ରାମ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କୁ ଏହାର ତଥ୍ଯ ମାଗିବାରୁ ତଥ୍ଯ ନ ଦେଇ ଓଲଟା ସଂପୃକ୍ତ ଠିକାଦାର ଲଗାଇ ସାମ୍ବାଦିକ କୁଞୀ ସାହୁଙ୍କୁ ଧମକ ଚମକ ଦିଆଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: