Friday, March 29, 2024

Top 5 This Week

Related Posts

ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତ୍ତର ତେରଜଣ ଆହତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୫) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କରଞ୍ଜା ଗ୍ରାମରେ ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତ୍ତର ତେରଜଣ ଆହତ ହୋଇଛନ୍ତି ।WhatsApp Image 2023 05 11 at 08.30.27 1 ମହୁମାଛି ଆକ୍ରମଣ ରେ ଦୁଇ ଗୁରୁତ୍ତର ତେରଜଣ ଆହତ

ମହୁମାଛି ଆକ୍ରମଣରେ ଦୁଇ ଗୁରୁତ୍ତର ତେରଜଣ ଆହତ ହୋଇଥିବା ବେଳେ ସମସ୍ତ ଆକ୍ରମଣ କାରିଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତୀ କରାଯାଇଛି । ଖବର ନେବାରୁ ଜଣାପଡିଲା ଯେ କରଞ୍ଜା ଗ୍ରାମର ହରିଜନ ସାହିରେ ଗତ ସମବାର ଦିନ ଘଣ୍ଟପର୍ବ ଅଣାଯାଇଥିଲା ଏହି ଘଣ୍ଟପର୍ବ ତିନିଦିନ ଧରି ଜଣା ଯାଇଥିବାରୁ ଆଜି ବୁଧୁବାର ଦିନ ଗ୍ରାମର ସମସ୍ତ ଲୋକ ଖୁସିର ସହ ଏହି ଘଣ୍ଟପର୍ବ କୁ ବିସର୍ଜନ କରିବାକୁ ଯାଉଥିଲେ ଗାଁ ନିକଟର ଗୋଟିଏ ଆମ୍ବଗଛରେ ମହୁଁମାଛି ଫଣା ବାନ୍ଦି ରହିଥିଲା ସେହି ଜାଗାରେ କେଉଁକାରଣ ବସତ ମହୁଁମାଛି ଫଣାରୁ ବାହାରି ଉକ୍ତ ଲୋକଙ୍କୁ ଆକ୍ରମଣ କରିବାରୁ ସମସ୍ତେ ପ୍ରାଣବିକଳେ ଧାଇଁଥିଲେ ଏଥି ମଧ୍ୟରୁ ପ୍ରାୟ ପନ୍ଦର ଜଣ ସୁବାଶ ଚାକିରି (୨୧), ରଷେଇ ମହନନ୍ଦିଆ ( ୨୦), ରମେଶ ଟାକିରି (୨୫), ଘାସିରାମ ମହାନ୍ଦିଆ (୪୫), ପ୍ରେମ କନ୍ଧପାଣି (୨୨), ସୁରଜ ମହାନ୍ଦିଆ (୩୫), ବିଚିନି କୌଶଲ୍ୟା (୫୦), ତନିଶ ମହାନନ୍ଦିଆ (୩), ବାସନ୍ତି ମହାନନ୍ଦିଆ (୩୪), ପୁର୍ଣ୍ଣ ଚନ୍ଦ୍ର ମହାନନ୍ଦିଆ (୩୪), ବଦ୍ରିନାଥ ବାଘ (୭), ସୁନୟନା ବାଘ (୩୫), ମାଣିକ ରାଓ କୌଶଲ୍ୟା (୫୫), ହରିଭତ୍ରା (୬୦) ଧୋବଣି କୌଶଲ୍ୟା (୬୫) ପ୍ରମୁଖ ପ୍ରାୟ ବହୁତ ଲୋକଙ୍କୁ ଆକ୍ରମଣ କରିବାରୁ କିଛି ଲୋକ ଅଚେତ ହୋଇ ପଡିଯାଇଥିଲେ ।

କାହାର ମୁହଁରେ ତ କାହାର ଦେହକୁ ଆକ୍ରମଣ କରିବାରୁ ମୁହଁ, ଆଖି ଫୁଲି ଯାଇଥିଲା । ଏହି ଖବର କିଛିଲୋକ ଜାଣିପାରି ସମସ୍ତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତୀ କରଥିଲେ । ଏଠାରେ ସମସ୍ତଙ୍କୁ ଡାକ୍ତର ଚିକିତ୍ସା କରି ସାଲାଇନ, ଇଞ୍ଜେକସନ ଦେଇଥିବାରୁ ବର୍ତ୍ତମାନ ତେର ଜଣ ସୁସ୍ଥ ରହିଥିବାବେଳେ ଦୁଇଜଣ ଗୁରୁତ୍ତର ରହିଛନ୍ତି ସେମାନଙ୍କୁ ଡାକ୍ତର ଅଧିକ ଚିକିତ୍ସା ଚଲାଇଥିବା ଡାକ୍ତର ନିରମାଲ୍ୟ ଗିରି ସୂଚନା ଦେଇଛନ୍ତି ।

Popular Articles