ମାଝୀଗୁଡା ସପ୍ତାହିକ ହାଟ ନିଲାମୀ

0
306
ମାଝୀଗୁଡା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୫) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ରେ ହେଉଥିବା ସଦର ସପ୍ତାହିକ ହାଟ କୁ ଆଜି ନିଲାମୀ କରାଯାଇଛି ।WhatsApp Image 2023 05 11 at 08.28.22 ମାଝୀଗୁଡା ସପ୍ତାହିକ ହାଟ ନିଲାମୀ

ଏହି ନିଲାମୀ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା, ଗ୍ରାମପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଗନ ବିହାରୀ ପାଲାକା, ମଞ୍ଚାସିନ ରହିଥିଲେ । ଏହି ନିଲାମୀ ସମୟରେ ବ୍ଲକର ସମସ୍ତ ଜନସାଧାରଣ ଉପସ୍ଥିତିରେ ହାଟ ନିଲାମୀ କରାଯାଇଛି । ଗତ ୨୦୨୦-୨୦୨୧ ବର୍ଷରେ ୪ଲକ୍ଷ ୨୩ ହଜାର ୯୦ (ଚାରି ଲକ୍ଷ ତେଇସି ହଜାର ନବେ) ଟଙ୍କାରେ ଅକ୍ଷୟ ପିଡ଼ିସିକା ନେଇଥିବା ବେଳେ କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ନିଲାମୀ ହୋଇ ହାଟ ବନ୍ଦ ରହିଥିଲା । ଏହା ପ୍ରତି ବର୍ଷ ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ଉପସ୍ଥିତ ରହି ହାଟ ନିଲାମୀ କରାଯାଉଛି । ଚଳିତ ୨୦୨୩-୨୦୨୪ ଆର୍ଥିକ ବର୍ଷ ନିମନ୍ତେ ଆଜି ହାଟ ନିଲାମୀ କରାଯାଇଛି । ଏଥିରେ ୪ ଲକ୍ଷ ୨୩ହଜାର ୯୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୧୦ ଭାଗ ଅଧିକା କରି ୪ଲକ୍ଷ ୭୦ ହଜାର ୧୦୦ ଟଙ୍କାରେ (ଚାରି ଲକ୍ଷ ସତୁରି ହଜାର ଏକ ଶହ) ମାଝୀଗୁଡା ଗାଁ’ର ମାର୍ସେଲି ଗୌରୀ ଶଙ୍କର ରାଓ ହାଟ ନିଲାମୀ ନେଇଛନ୍ତି ।