କେନ୍ଦୁପତ୍ର ବନାଞ୍ଚଳ ତରଫରୁ ର ଭ୍ରାମ୍ୟମାଣ ବ୍ୟାଙ୍କିଙ୍ଗ ସେବା

0
80
କେନ୍ଦୁପତ୍ର ବନାଞ୍ଚଳ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୦/୦୫) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଜୁରିଆପାଲି ଠାରେ ଆଜି ଉଲୁଣ୍ଡା କେନ୍ଦୁପତ୍ର ବନାଞ୍ଚଳ ତରଫରୁ ବ୍ୟାଙ୍କ ସହାୟତା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପାରୁ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିଥିବା ଆର୍ଥିକ ସହାୟତା ରାଶିର ସୁବଣ୍ଟନ ନିମନ୍ତେ ଆଜି ଉଲୁଣ୍ଡା କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟରୁ ବନକର୍ମୀ ମାନେ ଏସ ବି ଆଇ ଉଲୁଣ୍ଡା ଶାଖାର ଗ୍ରାହକ ସେବା କେନ୍ଦ୍ର କୁ ନିଜ ବାହାନରେ ଆଣି ଉପାନ୍ତ ଅଞ୍ଚଳରେ କେନ୍ଦୁପତ୍ର ତୋଳାଳୀମାନଙ୍କ ଘର ସମ୍ମୁଖରେ ଉପସ୍ଥାପନା କରିଥିଲେ l ଏଥିରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ସମ୍ବଲପୁର ବନଖଣ୍ଡ ଅଧିକାରିଣୀ (କେନ୍ଦୁପତ୍ର) ଶ୍ରୀମତୀ ନିବେଦିତା ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମସ୍ତ ତୋଳାଳୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇବା ସହ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସହାୟତା ରାଶି ଯଥା ଛାତ୍ରବୃତ୍ତି, କନ୍ୟା ବିବାହ ସହାୟତା, ଇନ୍ସୁରାନ୍ସ, ବୋନସ ବାବଦରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଇଥିଲେ । ପରେ ବୋନସ ସହାୟତା ରାଶି ବ୍ୟାଙ୍କ ଖାତାରୁ ଟଙ୍କା ଉଠାଣ କାର୍ଯ୍ୟ ଆରମ୍ଭ କରାଇଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ସିଂଢୋଲ ବନାଞ୍ଚଳ ଅଧିକାରୀ ଶ୍ରୀ ଖମାରୀ, ଉଲୁଣ୍ଡା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ସୁରଜିତ କିଶୋର ବେହେରା, କେନ୍ଦୁପତ୍ର କର୍ମଚାରୀ ସଂଘର ରେଞ୍ଜ ସମ୍ପାଦକ ହିମାଂଶୁ ପୁରୋହିତ, ବନପାଳ କରୁଣା ବର୍ମା, ଫଡି କମିଟି ସଭାନେତ୍ରୀ ଶ୍ରୀମତୀ ସୁବାସିନୀ ମାଝୀ ଉପସ୍ଥିତ ଥିଲେ । ଏଥିରେ ନାରାୟଣ ନାଏକ, ଦାଶରଥି କୁରକୁରିଆ, ସତ୍ୟଜିତ ଗଡୁଆ, ହିମାଂଶୁ ସେଠୀ, ଗୁପ୍ତେଶ୍ୱର ଦେହେରୀ ପ୍ରମୁଖ ସହଯୋଗ କରିଥିଲେ l