ଆୟୁର୍ବେଦ ଚିକିତ୍ସକଙ୍କୁ ୭୦ ହଜାର ଟଙ୍କା ଚାନ୍ଦା ମାଗି ଦୁଇ ୱେବ ସାମ୍ବାଦିକ ଗିରଫ

0
125
ଆୟୁର୍ବେଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୦/୦୫) : ଆୟୁର୍ବେଦ ଚିକିତ୍ସକଙ୍କୁ ୭୦ ହଜାର ଟଙ୍କାର ଚାନ୍ଦା ମାଗି ଦୁଇ ସାମ୍ବାଦିକ ଗିରଫ ।

ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ବରଗାଁ ଛକରେ ଥିବା ଓମ ମେଡିକାଲ ଷ୍ଟୋରରେ ପ୍ରତ୍ୟେକ ମଙ୍ଗଳବାର ହାଡଭଙ୍ଗାର ଆୟୁର୍ବେଦ ଚିକିତ୍ସା କରୁଥିବା କେନ୍ଦୁଉଡାର ଅଞ୍ଚଳର ଚିତ୍ତରଞ୍ଜନ ପ୍ରଧାନି ଙ୍କୁ ୭୦ ହଜାର ଟଙ୍କା ମାଙ୍ଗିବା ଘଟଣା ରେ ଦୁଇ ଜଣ ୱେବ ସାମ୍ବାଦିକ ଙ୍କୁ ସଇଁନ୍ତଲା ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ଏକ ମାମଲା ରୁଜୁ କରି ଗିରଫ କରିଛି l ଶ୍ରୀ ପ୍ରଧାନି ଙ୍କ ଅଭିଯୋଗ ଅନୁସାରେ ବରଗାଁ ସ୍ଥିତ ଓମ ଔଷଧ ଦୋକାନ ରେ ପ୍ରତ୍ୟେକ ମଙ୍ଗଳବାର ଆଣ୍ଠୁ ବାତ ଓ ହାଡ଼ଭଙ୍ଗା ଭଳି ବେମାରୀ ଆୟୁରବେଦିକ ଚିକିତ୍ସା କରିଥାନ୍ତି l ବଲାଙ୍ଗୀର ଅଞ୍ଚଳ ଦୁଇ ୱେବ ସାମ୍ବାଦିକ ୨ ତାରିଖ ଦିନ ଚିକିତ୍ସାଳୟ କୁ ଆସି ନାନା ଧମକ ଚମକ ଦେଇ ୭୦ ହଜାର ଟଙ୍କା ମାଙ୍ଗିଥିଲେ।

ଯଦି ଟଙ୍କା ନ ଦେବେ ତେବେ ଜନୈକ ନ୍ୟୁଜ ଚ୍ୟାନେଲରେ ଖବର ପ୍ରସାରଣ କରିବୁ ବୋଲି ଧମକ ଦେଇଥିଲେ । ସେହିଭଳି ପୁଣିଥରେ ଆଜି ଚିକିତ୍ସାଳୟରେ ପହଞ୍ଚି ପାଖରେ ଥିବା ବୁମ ବାହାର କରି ୭୦ ହଜାର ଟଙ୍କା ନ ଦେଲେ ଖବର ପ୍ରସାରଣ କରିବେ ବୋଲି ଧମକ ଦେଇଥିଲେ । ଶ୍ରୀ ପ୍ରଧାନି ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିବା ରୁ ସମ୍ପୃକ୍ତ ଦୁଇ ଜଣ ସାମ୍ବାଦିକ ତାଙ୍କ ଜାତିକୁ ଆକ୍ଷେପ କରି ଗାଳି ଗୁଲଜ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି l

ଅଭିଯୋଗ ପାଇବା ପରେ ସଇଁନ୍ତଲା ଥାନା ଅଧିକାରୀ ଅବନି ସାହୁ ଦୁଇ ଜଣଙ୍କୁ ଥାନା କୁ ଆଣି ଗିରଫ କରିଛି l ଗତ କିଛିଦିନ ହେବ ଅନ୍ୟ ଅଞ୍ଚଳ ରୁ ୱେବ ସାମ୍ବାଦିକ ମାନେ ସଇଁନ୍ତଲା ଅଞ୍ଚଳ ର ବିଭିନ୍ନ କାର୍ଯ୍ୟଳୟ ତଥା ପଞ୍ଚାୟତ ମାନଙ୍କୁ ଜାଇ ଦୁର୍ନିତି ଖବର ପ୍ରସାରଣ କରାଯିବ ନାହିଁ ବୋଲି କହି ଟଙ୍କା ଅସୁଲି କରୁଥିବା ଅଭିଯୋଗ ହୋଇଆସୁଥିଲା l ଏଭଳି ନକଲି ସାମ୍ବାଦିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା କୁ ସଇଁନ୍ତଲା ସାମ୍ବାଦିକ ସଂଘର ସଦସ୍ୟ ମାନେ ଥାନା ଅଧିକାରୀ ଅବନୀ ସାହୁଙ୍କୁ ଭେଟି ଦାବି କରିଛନ୍ତି ।