ବିନିକାମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

0
260
ବିନିକାମହିଳା ଡିଗ୍ରୀ ମହାବିଦ୍ୟାଳୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକାମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଭାରେ ବିନିକାମହିଳା ଡିଗ୍ରୀ ମହାବିଦ୍ୟାଳୟ ର ସଭାପତି ହିମାଂଶୁ ଶେଖର ତ୍ରିପାଠୀ, ସମ୍ପାଦକ ବିକାଶ ମହାନ୍ତି, ଟ୍ରଷ୍ଟି ସୂର୍ଯ୍ୟନାରାୟଣ ପାଢୀ, ଅଧ୍ୟକ୍ଷ ମୀନକେତନ ପଧାନ ଯୋଗ ଦେଇ ବିଦାୟୀ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଉଜ୍ଜ୍ୱଳ ଭବିଷ୍ୟତ ର କାମନା କରିଥିଲେ । ଓଡ଼ିଆ ବିଭାଗ ର ଅଧ୍ୟାପିକା ଭୂମିସୂତା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ଅଧ୍ୟାପିକା ମନୀଷା ଭୋଇ, ରାଜନୀତି ବିଭାଗର ଅଧ୍ୟାପିକା ଅର୍ପିତା ପଧାନ, ଇଂରାଜୀ ବିଭାଗର ଅଧ୍ୟାପକ ପଦ୍ମଲୋଚନ ସା, ଡି ଇ ଓ, ବ୍ରଜରାଜ ଥନାପତି, ବାର୍ତ୍ତାବାହୀ କବିତା ଖେତୀ ତଥା ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ । ତୃତୀୟ ବର୍ଷ ଛାତ୍ରୀ ମାନେ ନିଜ ନିଜ ଅନୁଭୂତି କୁ ସୁନ୍ଦର ଭାବରେ ଉପସ୍ଥାପିତ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପିକା ଅର୍ପିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।