Friday, March 29, 2024

Top 5 This Week

Related Posts

ବିଶ୍ୱ ରେଡ଼କ୍ରସ ଦିବସ ଉପଲକ୍ଷେ ସମୀକ୍ଷା ବୈଠକ ଅନୁଷ୍ଠିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୯/୫) : ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ଆଜି ଜିଲ୍ଲା ସଦରମହକୁମା ଚିନ୍ତନ କକ୍ଷଠାରେ ପାଳନ ହୋଇଯାଇଛି । WhatsApp Image 2023 05 09 at 19.43.13 ବିଶ୍ୱ ରେଡ଼କ୍ରସ ଦିବସ ଉପଲକ୍ଷେ ସମୀକ୍ଷା ବୈଠକ ଅନୁଷ୍ଠିତ

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଦ୍ୱାରା ବିଶ୍ୱ ରେଡ଼କ୍ରସ ର ପତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରି ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏହି ମହାନ ଦିବସ ପାଳନ ଅବସରରେ ଯେ, ଜିଲ୍ଲାର ଦୁଃଖୀ ରଙ୍କିଙ୍କ ବିଭିନ୍ନ ଆବଶ୍ୟକତା ଓ ରକ୍ତର ଅଭାବ ନ ହେବା ପାଇଁ ନିୟମିତ ବ୍ୟବଧାନରେ ସେବା ଯୋଗାଇ ଦିଆଯାଉଛି l ବିଶେଷ କରି ଦୈବି ଦୁର୍ଘଟଣାରେ ହେଉ କିମ୍ବା ଆକସ୍ମିକ ଦୁର୍ଘଟଣା ଜନିତ ଆହତ ବ୍ୟକ୍ତି ମାନଙ୍କ ଆଶୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା କରl ଯାଉଛି l ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ନିମନ୍ତେ ରକ୍ତ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ରକ୍ତଦାନ ଶିବିର ର ଆୟୋଜନ କରାଯାଉ ବୋଲି ମତ ପ୍ରଦାନ କରିଥିଲେ l ରକ୍ତଦାନ ଏକ ମହତ ପୁଣ୍ୟ କାମ ଅସମୟରେ ଅମୂଲ୍ୟ ଜୀବନକୁ ବଞ୍ଚାଇ ପୁଣ୍ୟ ଅର୍ଜନ କରିବା ଠାରୁ କୌଣସି ବଡ କାମ ଦୁନିଆରେ ନାହିଁ ।

ଏହି ଉପଲକ୍ଷେ ଉପସ୍ଥିତ ବକ୍ତା ମାନେ କହିଥିଲେ ଯେ, ଜାତି ଧର୍ମ, ବର୍ଣ ନିର୍ବିଶେଷରେ ସବୁଠି ସାମ୍ୟବାଦର ସମନ୍ୱୟ କଥନ ପ୍ରତିପାଦନ କରିବା ହିଁ ରେଡ଼କ୍ରସ ର ଆଦର୍ଶ । ଦୁଃଖୀ ଦରିଦ୍ରଙ୍କ ସେବା ମାଧ୍ୟମରେ ସମାଜରେ ସମସ୍ତ ମାନବ କୁ ସମାନ ଦୃଷ୍ଟିରେ ଦେଖିବା ଆମର ଦାୟିତ୍ୱ । ନିଜ ଜୀବନକୁ ଇଚ୍ଛାକୃତ ଭାବେ ସମାଜର ସ୍ୱାର୍ଥ ଓ ସେବା ପାଇଁ ନିୟୋଜିତ କରିଥିବା ଦରଦୀ ମଣିଷର ଅନୁଷ୍ଠାନ ହେଉଛି ରେଡ଼କ୍ରସ । ବିଶେଷ କରି ଜିଲ୍ଲାରେ ଥିବା ବିଭିନ୍ନ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ସଂସ୍ଥା , କ୍ଳବମାନଙ୍କ ମାଧ୍ୟମରେ କିଭଳି ଅଧିକରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଆବଶ୍ୟକ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉପସ୍ଥିତ ଥିବା ସମସ୍ତ ପଦାଧିକାରୀ ମାନଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ସ୍ଵେଚ୍ଛାକୃତ ଭାବେ କିଛି ଅର୍ଥ ଆଦାୟ କରିବା ପାଇଁ ପରାମର୍ଶ ଦେଇଥିଲେ l

ଏହି ଅବସରରେ ଜିଲ୍ଲା ରେଡକ୍ରସ ପାଣ୍ଠିର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଥିବା ପଦାଧିକାରୀ ମାନଙ୍କୁ ମାନପତ୍ର ଦେଇ ସଂମ୍ମାନୀତ କରିଥିଲେ l ଏହି ସବୁ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରାୟଗଡ, ଭୀମସେନ ଶବର, ସହକାରୀ ଜିଲ୍ଲାପାଳ ସୁକାନ୍ତ ପ୍ରଧାନ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଶ୍ରୀ ସୂର୍ଯ୍ୟମଣି ଭୋଇ ପ୍ରମୁଖ ଯୋଗଦାନ କରି ଚଳିତ ବିଗତ ବର୍ଷର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ ।

ଏହି ବୈଠକରେ ଜିଲ୍ଲା ଜିଲ୍ଲାରେ ପାଣ୍ଠି ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ହାସଲ କରିଥିବା ଜିଲ୍ଲା ଅବକାରୀ ବିଭାଗ, ତହସିଲଦାର ପଦ୍ମପୁର, ରାୟଗଡା, ଗ୍ରାମୀୟ ଜଳଯୋଗାଣ ବିଭାଗ ଓ ଉତ୍କଳ ଆଲୁମିନା ଡୋରାଗୁଡାକୁ ସମ୍ମାନିତ କରାଯଇଥିଲା l ଏହି ବୈଠକରେ ଜିଲ୍ଲା ମଂଗଳ ଅଧିକାରୀ, ଅଶୋକ ଶତପଥି, ଆଜୀବନ ସଦସ୍ୟ ଜଳନ୍ଧର ପୁଷିକା, ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁ, ଆନ୍ୟାନ୍ୟ ସଦସ୍ୟ ସଦସ୍ୟା,ଜିଲ୍ଲାର ସମସ୍ତ ତହସିଲଦାର, ରାୟଗଡ ସ୍ୱୟଂ ଶlସିତ ମହାବିଦ୍ୟାଳୟର ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Popular Articles