ସୋର ରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ

0
102
ସୋର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ବର, (୦୯/୦୫) : ବାଲେଶ୍ୱର ଜିଲ୍ଲା ସୋରଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ଵର ବସଷ୍ଟାଣ୍ଡ ନିକଟ ରୁ ସୋର ଅବକାରୀ ବିଭାଗ ଚଢ଼ାଉ କରି ବ୍ରାଉନ ସୁଗାର ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି ।

ନୀଳଗିରି ଅବକାରୀ ରେଞ୍ଜ ଆଇଆଇସି ଗାଲୁରାମ ସୋରେନ ଙ୍କ ସହ ସୋର ଅବକାରୀ ଅଧିକାରୀ ସନ୍ତୋଷ ସ୍ୱାଇଁ ଏବଂ ଏସଆଇ ଉର୍ମିଳା ବେହେରା ଙ୍କ ନେତୃତ୍ୱ ରେ ଏକ ଟିମ ଉତ୍ତରେଶ୍ଵର ବସଷ୍ଟାଣ୍ଡ ରେ ପାଟ୍ରୋଲିଂ କରୁଥିବା ବେଳେ ସୋରପୌରପାଳିକା ମୋବାରକପୁର ଗ୍ରାମ ର ସେକ ରାଜୁ ଏକ ବାଇକ ରେ ୧୨୫ ଗ୍ରାମ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ବାଇକ କୁ ଅଟକାଇ ଯାଞ୍ଚ କରିଥିଲେ । ପରେ ବ୍ରାଉନସୁଗାର ସହ ବାଇକ କୁ ଜବତ କରି ସେକ ରାଜୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ ।