Advertisements
Saturday, May 30, 2020
Home Government News କାଳ ବୈଶାଖୀ ତାଣ୍ଡଵରେ ୮ଘର ଛପର ଉଡିଲା, ଗଛପଡ଼ି ରାସ୍ତା ଅବରୋଧ

କାଳ ବୈଶାଖୀ ତାଣ୍ଡଵରେ ୮ଘର ଛପର ଉଡିଲା, ଗଛପଡ଼ି ରାସ୍ତା ଅବରୋଧ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର(ତା୨୬/୪): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହ ପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଗ୍ରାମ ପଞ୍ଚାୟତ ଓ କଲ୍ୟାଣ ସିଂହପୁର ରେ କାଳ ବୈଶାଖୀ ର ତାଣ୍ଡଵ ରେ ୮ଘର ଛପର ଉଡିବା ସହ ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁମିଳିଛି ।

ଗତ ସାନ୍ଦ୍ୟ ସମୟରେ କାଳ ବୈଶାଖୀରେ ପ୍ରବଳ ପବନ ବର୍ଷା ସାଙ୍ଗକୁ କୁଆପଥର ହୋଇଥିଲା ଏହାର ପ୍ରଭାବରେ ଧାମୁଣିପଙ୍ଗା ପଞ୍ଚାୟତ ରେ ଅଧିକ କ୍ଷୟ କ୍ଷତିହୋଇଥିବା ଜଣାପଡିଛି ପ୍ରବଳ ବର୍ଷା ଓ ପବନରେ କଲ୍ୟାଣ ସିଂହପୁର ଠାରୁ ଧାମୁଣିପଙ୍ଗା ପଞ୍ଚାୟତ ର ହାତିମୁଣ୍ଡା ଗାଁ କୁ ଯିବାରାସ୍ତା ବିଭିନ୍ନ ସ୍ଥାନରେ ଗଛପଡି ଅବରୋଧ ହୋଇଛି । କତାଗୁଡା ଗାଁ ବିଦ୍ୟାଳୟ ସମ୍ମୁଖରେ ଥିବା ଆମ୍ବଗଛ ଏକ ବାଇକ ଉପରେ ପଡିଯାଇଥିବା ଶୁଣିବାକୁ ମିଳୁଛି। ଗ୍ରାମ ମହେଶ୍ଵର ଖାଡ଼ିଆ ,ଲଚମନ କାଡ୍ରାକା ଓ ଚିତ୍ତରଞ୍ଜନ ନାୟକ ୨ ଗୋଟି ଘର ସେହିପରି ଛାଞ୍ଚଡ଼ାଗୁଡା ଗାଁର ବନାଲି କର୍ଣ୍ଣ ,ପଦ୍ମା ସାହୁ ଓ ପାଦୁଲୁ ପ୍ରସ୍କା ଙ୍କ ଘର ଛାତ ସଂପୂର୍ଣ୍ଣ ଉଡିଯାଇଛି ।

ଏମାନେ ଘରେ ରଖିଥିବା ଧାନ,ଚାଉଳ, ଖଦିପଟା ଓ ଶେଜ ସମସ୍ତ ଆସବପତ୍ର ବର୍ଷାରେ ଭିଜିଯାଇଛି ବର୍ତ୍ତମାନ ସେମାନେ ବର୍ଷା ରେ ଭିଜି ଘରର ଜିନିଷ ପତ୍ର ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଏହି ପବନରେ ମଧ୍ୟ ଗଛ ପଡି ବିଦ୍ୟୁତ ତାର ଛିଣ୍ଡିଯାଇଛି ଏ ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମ ବାସୀ ଦାବୀ କରିଛନ୍ତି । ବାଇକ ଉପରେ ଗଛପଡିଥିବା ଯୋଗୁଁ ଘଟଣା ସ୍ଥଳରେ ଅଗ୍ନିସମ ବିଭାଗ ପହଞ୍ଚି ଗଛକାଟି ବାଇକ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।ସେହିପରି ବଡ଼ ଦ୍ଵାରସାହିର ନିଳିମା ମହାନନ୍ଦିଆ ଙ୍କ ଘର ସଂପୂର୍ଣ୍ଣ ବାଙ୍ଗୀଇୟାଇଥିବା ଦେଖିବାକୁମିଳିଛି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଆଜି ବଲାଙ୍ଗୀରରେ ୭ଜଣ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ ୧୮୧୯ ଓ ସୁସ୍ଥ ହେଲେ ୯୭୭

ଭୁବନେଶ୍ୱର, ୩୦ା୫(ଓଡ଼ିଶା ନ୍ୟୁଜ୨୪): ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଆଉ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ...

ଲକ ଡାଉନ ସମୟରେ ରକ୍ତର ଅଭାବକୁ ଦୂର ପାଇଁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ଆଲୋକ ପଣ୍ଡା //ଭୁବନେଶ୍ୱର (୨୯/୦୫): ଲକ ଡାଉନ ସମୟରେ ଦେଖାଦେଇଥିବା ରକ୍ତର ଘୋର ଅଭାବକୁ ଦୂର କରିବାକୁ ଯାଇ ବିଭିନ୍ନ ସାମାଜିକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛନ୍ତି l...

ଅ।ନ୍ତଜାତି ବିବାହ ପ୍ରତ୍ସାହନ ରାଶି ପ୍ରଦାନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ଼ା (୩୦/୦୫): ଅନୁସୂଚିତ ଜାତି ଝିଅ/ପୁଅ ସହିତ ଅନ୍ୟ ଜାତିରେ ବିବାହ କରିଥିବା କରିଥିବା ୧୧ଯୋଡ଼ା ବର କନ୍ୟାଙ୍କୁ ସରକାର ଙ୍କ ତରଫରୁ...

Recent Comments

%d bloggers like this: