Advertisements
Wednesday, July 8, 2020
Home Farmer Issue ଆମରଣ ଅନଶନରେ ବସିଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଅନଶନ ଭାଙ୍ଗିଛନ୍ତି

ଆମରଣ ଅନଶନରେ ବସିଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଅନଶନ ଭାଙ୍ଗିଛନ୍ତି

ଚାଷୀଙ୍କ ବିଭିନ୍ନ ସମସ୍ୟା, ଲୋକପାଳ ବିଲ ଓ ସ୍ୱଚ୍ଛ ନିର୍ବାଚନ ବ୍ୟବସ୍ଥା ସମ୍ପର୍କିତ ଦାବିରେ ସ୍ଥାନୀୟ ରାମଲୀଳା ମଇଦାନରେ ଆମରଣ ଅନଶନରେ ବସିଥିବା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଗତକାଲି ସପ୍ତମ ଦିନରେ ଅନଶନ ଭାଙ୍ଗିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନାଭିସ୍ ଓ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ଆନ୍ନାଙ୍କ ସହ ଆଲୋଚନା କରି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ହାତରୁ ଫଳରସ ପିଇ ୮୦ ବର୍ଷୀୟ ଆନ୍ନା ଅନଶନ ଭାଙ୍ଗିଥିଲେ । ମଞ୍ଚ ଉପରେ ଥାଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଖିତ ପ୍ରତିଶ୍ରୁତିକୁ ମନ୍ତ୍ରୀ ଶେଖାଓ୍ଵତ ପଢ଼ିଥିଲେ । ଚାଷୀଙ୍କ ବିଭିନ୍ନ ସମସ୍ୟା, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷିଋଣରୁ ଚକ୍ରବୃଦ୍ଧି ସୁଧ ହାର ହଟାଇବା, ଲୋକାୟୁକ୍ତ ବିଲ୍ ଓ ନିର୍ବାଚନ ପଦ୍ଧତିରେ ସଂସ୍କାର ସମ୍ବନ୍ଧୀୟ ମୋଟ ୧୧ଟି ଦାବିରୁ ୮ଟିର ପୂରଣ ପାଇଁ ସରକାର ରାଜି ହୋଇଛନ୍ତି । ଅନ୍ୟ ଦାବିଗୁଡ଼ିକ ଉପରେ ଏବେ ବି ଆଲୋଚନା ଜାରି ରହିଛି ବୋଲି ଶେଖାଓ୍ଵତ କହିଥିଲେ । ଅନଶନ ଭାଙ୍ଗିଲା ପରେ ଆନ୍ନା ଗଣମାଧ୍ୟମକୁ କହିଥିଲେ ଯେ କେନ୍ଦ୍ର ସରକାର ଶୀଘ୍ର ଲୋକପାଳ ନିଯୁକ୍ତି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ୬ମାସ ମଧ୍ୟରେ ପ୍ରତିଶ୍ରୁତି ପୂରଣ ନହେଲେ ସେ ପୁଣି ଅନଶନରେ ବସିବେ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କନ୍ଧମାଳ ଜିଲ୍ଲାରେ ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ

କନ୍ଧମାଳ/ଘୁ.ଉଦୟଗିରି (୦୮/୦୭): କନ୍ଧମାଳ ଜିଲ୍ଲାରେ ଆଜି ପୁଣି ପୁଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥି ସହିତ ପୁଲିସ ଏବଂ...

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

Recent Comments

%d bloggers like this: