ପଥର ରେ ଛେଚି ହତ୍ୟା : ଯୁବତୀକୁ କୋଲାବ ଜଳଭଣ୍ଡାରରେ ଫିଙ୍ଗି ଦେଲା ହତ୍ୟାକାରୀ

0
81
ପଥର

ରିପୋର୍ଟ : ଶିବ ବିଶୋଇ
ଲମତାପୁଟ, (୦୭/୦୫) : ପଥର ରେ ଛେଚି ହତ୍ୟା । ଆଜି ଅପରାହ୍ନରେ ଗଞ୍ଜେଇ ପଦର ନିକଟ କୋଲାବ ଜଳ ଭଣ୍ଡାର ରେ ଏକ ଯୁବତୀ ର ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା ।

ପରେ କୌଣସି ସୂତ୍ର ରୁ ଖବର ପାଇ ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ନଦୀ ରୁ ଉଦ୍ଧାର କରିଥିଲେ । ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛି କି ଝିଅ ଟି ସ୍ଥାନୀୟ ଚୂପା ଗ୍ରାମର ସୂପାରି ସ୍ୱାଇଁ ବୋଲି ଜଣା ପଡ଼ିଛି । ଯୁବତୀ ଜଣଙ୍କୁ ପଥର ରେ ଛେଚି ହତ୍ୟା କରି ନଦୀ ଭିତରେ ଫିଙ୍ଗି ଦେଇ ଥିବା ଯାହା ପ୍ରାଥମିକ ତଦନ୍ତ ରୁ ପୋଲିସ ସୂଚନା ଦେଇଛି । ଯୁବତୀ ଜଣକ ନିଜ ମା ଙ୍କ ଗାଁ ବଇପାରି ଚେର୍କାପୁଟ ରେ ରହୁ ଥିଲା । ଯୁବତୀ ଜଣକ କିପରି ଏଠାକୁ ଆସିଥିଲେ ଓ କଣ ପାଇଁ ଆସିଥିଲେ ଏ ନେଇ ନନ୍ଦପୁର ଏସ୍ ଡି ପି ଓ , ଆଇ.ଆଇ ସି କୋରାପୁଟ ଅତିରିକ୍ତ ତହସିଦାର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି ।