ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପି ଲୋକସଂପର୍କ ଅଭିଯାନ

0
110
ନବନିର୍ମାଣ କୃଷକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୫) : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗତ ୨୩ ଏପ୍ରିଲ ଅକ୍ଷୟ ତୃତୀୟା ରେ ପୁରୀ ଶ୍ରୀକ୍ଷେତ୍ର ଠାରୁ ବାହାରି ଥିବା ରାଜ୍ୟବ୍ୟାପୀ ଲୋକସଂପର୍କ ଅଭିଯାନ ଆଜି ସୋନପୁର ଠାରେ ପହଞ୍ଚିଥିଲେ ।

ଆଜି ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସହରର ପ୍ରବେଶ ପଥରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇ ତାଙ୍କୁ ନଗର ପରିକ୍ରମା କରାଇ ସହରର ଏନଜିଓସିସି ହଲକୁ ପାଛୋଟି ଆଣିଥିଲେ । ପଥରେ ସହର ର ପଟାଭାଡି ନିକଟସ୍ଥ ସୁରେନ୍ଦ୍ର ସାଏ ଛକରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପରେ ଏନଜିଓସିସି ହଲରେ ପହଞ୍ଚି ଜିଲ୍ଲାର ଚାଷୀ ପ୍ରତିନିଧି ମାନଙ୍କୁ ନେଇ ଏକ ସଭା କରିଥିଲେ । ରାଜ୍ୟରେ ଶତକଡା ୮୦ ପ୍ରତିଶତ ଚାଷୀ ରହିଥିବା ବେଳେ ମିଳିତ ଭାବରେ ଏକଜୁଟ୍ ନହେବା କାରଣରୁ ବାରମ୍ବାର ଚାଷୀ ଅବହେଳା ର ଶୀକାର ହୋଇଛନ୍ତି । ରାଜ୍ୟର ନିର୍ବାଚିତ କୌଣସି ବି ସରକାର ଚାଷୀ ମାନଙ୍କର ପ୍ରକୃତ ସ୍ୱାର୍ଥ ପ୍ରତିଆଖି ବୁଜି ଦେଇଥିବା କାରଣରୁ ଓଡ଼ିଶାର ଚାଷୀ ଆଜି ସବୁଠି ଅବହେଳିତ । ନିଜ ଭିତରେ ଏକତା ସୃଷ୍ଟି କରି ନିଜ ଚେତନାକୁ ଜାଗ୍ରତ କରି ଏକ ମିଳିତ ଭାବରେ ଏକଜୁଟ୍ ହୋଇ ସମସ୍ତଙ୍କର ସ୍ୱର ଏକହୋଇ ‘ଆମର ଦରକାର ଚାଷୀ ସରକାର’ ଭଳି ଏକ ବୃହତ୍ତର ନାରା ହିଁ ଚାଷୀ ମାନଙ୍କର ଭାଗ୍ୟ ର ପରିବର୍ତ୍ତନ କରିପାରିବ ।

ଆସନ୍ତା ୮ ମଇରେ ସମଗ୍ର ରାଜ୍ୟ ପରିକ୍ରମା କରି ଭୂବନେଶ୍ୱର ଠାରେ ଏହି ଯାତ୍ରାର ଉଦଯାପନି ସମାରୋହ ଅନୁଷ୍ଠିତ ହେବାକୁଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ଏହି ଯାତ୍ରାରେ ଅଧିକ ରୁ ଅଧିକ ଚାଷୀ ସମ୍ମିଳିତ ହୋଇଥିବା ଏହା ନିଶ୍ଚିତ ଭାବରେ ଯାତ୍ରାର ସଫଳତା କୁ ସୂଚାଉଛି ବୋଲି ଚାଷୀ ପ୍ରତିନିଧି ସନ୍ତୋଷ ପ୍ରକାଶ କରିଛନ୍ତି । ଆଜିର ଏହି ସଭାରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟ, ଉମାକାନ୍ତ ଭାରତ, ରଶ୍ମି ରଞ୍ଜନ ସ୍ୱାଇଁ, ମନୱର ଅଲ୍ଲୀ ଙ୍କ ସମେତ ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବୈକୁଣ୍ଠ ଶତପଥୀ, ଶ୍ରୀ ଗଣେଶ ଆଞ୍ଚଳିକ କୃଷକ ସଂଗଠନର ଦେବାଶିଷ ଦାଶ , ବୀରମହାରାଜପୁର କୃଷକ ବିକାଶ ପରିଷଦ ର ପ୍ରଦୀପ ସ୍ୱାଇଁ, ସୁଧିର ବଘାର, ପୂର୍ଣ୍ଣ ଚନ୍ଦ୍ର ଧଳ, ମୌସମ ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଚାଷୀ ସଂଗଠନ ର ନେତୃସ୍ଥାନୀୟ ବ୍ୟକ୍ତି ଓ ଅନେକ ଚାଷୀ ପ୍ରତିନିଧି ମାନେ ଯୋଗଦେଇ ଥିଲେ ।