Thursday, October 29, 2020
Home Corona Lockdown ଆଦିବାସୀ ଓ ହରିଜନ ସମାଜ ପକ୍ଷରୁ ମାସ୍କ ବଣ୍ଟନ

ଆଦିବାସୀ ଓ ହରିଜନ ସମାଜ ପକ୍ଷରୁ ମାସ୍କ ବଣ୍ଟନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର(ତା ୨୫/୪): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ର ଆଦିବାସୀ ଓ ହରିଜନ ସମାଜ ପକ୍ଷରୁ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ରେ ପ୍ରାୟ ୫୦୦୦ ମାସ୍କ ବାଣ୍ଟିଥିବା ଜଣାପଡିଛି ।

ଏହି ମାସ୍କ ତିଆରି କରିବାକୁ ପାଞ୍ଚ ଦିନ ଲାଗିଥିବା ବେଳେ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ର ଆଦିବାସୀ ଓ ହରିଜନ ସମାଜର କିଛି ଯୁବକ ମାନେ ମିଶି ଗରୀବ ଲୋକ ମାନଙ୍କୁ ମାସ୍କ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇ ନିଜ ନିଜ ପାଖରୁ ଟଙ୍କା ଆଦାୟ କରି ଗରୀବ ଶ୍ରେଣୀର ଲୋକ ମାନଙ୍କୁ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ମାସ୍କ ବଣ୍ଟନ କରାଯାଇଛି । ରାଜ୍ୟରେ କରୋନା ମହାମାରୀ ବଡି ଚାଲିଥିବା ବେଳେ ତାହା ଠାରୁ କିପରି ସୁରକ୍ଷା ରେ ରହିପାରିବେ ସେ ଉପରେ ଜନସାଧାରଣ ଙ୍କୁ ଜନସଚେତନତା କରିବା ସହ ମାସ୍କ ବଣ୍ଟନ କରିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ରୁ ସୁରକ୍ଷିତ ରୁହନ୍ତୁ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ଓ ପରିସ୍କାର କରନ୍ତୁ କାଶ ଓ ସୀଙ୍କିବା ସମୟରେ ମୁହଁ ନାଖକୁ ରୁମାଲରେ ଘୋଡାଇ ରଖନ୍ତୁ ଫ୍ଲୁ ଭଳି ଲକ୍ଷଣଥିବା ଲୋକ ଙ୍କ ଠାରୁ ଏକ ମିଟର ଦୁରତା ରକ୍ଷା କରନ୍ତୁ ବୋଲି ବୁଝାଇଥିଲେ ।

ଏଥିରେ ପ୍ରମୁଖ ବଭାରେ ଶିବରାମ କାଡ୍ରାକା,କମନା ପ୍ରାସ୍କା,ସୁନ୍ଦର ରାଓ କୌଶଲ୍ୟା,ବିକ୍ରମ ହିଆଲ, ସମେଶ୍ୱର କୌଶଲ୍ୟା, ମତିରାମ କନ୍ଧପାଣି,ଦୁର୍ଯ୍ୟଧନ କନ୍ଧପାଣି, ମେଦ୍ରୀ ଗରଡ଼ିଆ,ନାଇଡୁ ହିକକା ଓ ବନ୍ଧୁ ହିକକା ଉପସ୍ଥିତ ରହି ସହଯୋଗ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: