ଆମ୍ବଗାଁ ହାଇସ୍କୁଲରେ ଅନ୍ତରାଷ୍ଟ୍ରିୟ ମିଲେଟ କୁଇଜ ପ୍ରତିଯୋଗିତା

0
77
ଆମ୍ବଗାଁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୫/୦୫) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧୀନ ଆମ୍ବଗାଁ ଜନତା ସରକାରୀ ହାଇସ୍କୁଲରେ ଅନ୍ତଃରାଷ୍ଟ୍ରିୟ ମିଲେଟ ୨୦୨୩ ବର୍ଷ ଉପଲକ୍ଷେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲର ଚ୍ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 05 04 at 16.28.37 ଆମ୍ବଗାଁ ହାଇସ୍କୁଲରେ ଅନ୍ତରାଷ୍ଟ୍ରିୟ ମିଲେଟ କୁଇଜ ପ୍ରତିଯୋଗିତା

ଆମ୍ବଗାଁ ହାଇସ୍କୁଲରେ ଅନ୍ତରାଷ୍ଟ୍ରିୟ ମିଲେଟ କୁଇଜ ପ୍ରତିଯୋଗିତାରେ ପ୍ରାଥମିକ ବିଦ୍ୟାଳୟର ୮ ଜଣ ଓ ହାଇସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ ମୋଟ ୩୨ ଜଣ ଛାତଛାତ୍ରୀ ଅଂଶଗ୍ରହଣ କରିଥିଲେ ।ପରୀକ୍ଷକ ଭାବେ ସହକାରୀ ଶିକ୍ଷକ ରୋଶନ ବାରିକ ଓ ନନ୍ଦକିଶୋର ନାଉରୀ ପ୍ରତିଯୋଗିତା ପରିଚାଳନା କରିଥିଲେ । ପରେ ପୁରସ୍କାର ବିତରଣ ସଭାରେ ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡାଙ୍କ ସଭାପତିତ୍ଵରେ ମିଲେଟ ମିଶନର ଆମ୍ବାସିଡର ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ହାଇସ୍କୁଲର ପ୍ରାଧାନଶିକ୍ଷକ ଶ୍ରୀ ପିତବାସ ପଣ୍ଡା ମୁଖଅତିଥିଭାବେ ଯୋଗଦେଇ ମିଲେଟ ବା ମାଣ୍ଡିଆ ଚାଷ ଓ ଏହାର ଉପକାରିତା ସମ୍ପର୍କରେ ବିବୃତି ରଖିଥିଲେ । ଶେଷରେ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବମ ଶ୍ରେଣୀର ଛାତ୍ରୀ ମଧୁସ୍ମିତା ରଣା ପ୍ରଥମ, ଦଶମ ଶ୍ରେଣୀର ଛାତ୍ରୀ ମିକି ରଣା ଦ୍ରିତୀୟ ଓ ସପ୍ତମ ଶ୍ରେଣୀର ଛାତ୍ରୀ ପ୍ରତିମା ଗୁପ୍ତା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଖେଳ ଶିକ୍ଷକ ମହେନ୍ଦ୍ର ସାହୁ ସଭା ପରିଚାଳନା କରିଥିବା ସ୍ଥଳେ ସହକାରୀ ଶିକ୍ଷକ ଲକ୍ଷ୍ମଣ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।