ତିନି ଛାତ୍ର ଙ୍କ ସ୍ମୃତିରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

0
113
ତିନି ଛାତ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୦୪/୦୫) : ଗତ ମାର୍ଚ୍ଚ ମାସ ୨୨ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସରଧାପାଲି ବିଦ୍ୟାଳୟ ଆଗରେ ହୋଇଥିବା ମର୍ମନ୍ତୁତ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ଛାତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

ମୃତ ଛାତ୍ରମାନଙ୍କ ସ୍ମୃତିରେ ସୁବର୍ଣ୍ଣପୁର ସହରର ନବ ଗଠିତ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ସଦର ବ୍ଲକ କଳାପଥର ନିକଟରେ ଥିବା ପ୍ରତୀକ ରାଇସ ମିଲ ପରିସରରେ ଶିବିରର ଆୟୋଜନ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଚ, ଜିଲ୍ଲା ପରିବହନ ଅଧିକାରୀ ଅକ୍ଷୟ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ବ ରଞ୍ଜନ ପତି, ବିରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ପ୍ରଥମେ ତିନି ଛାତ୍ରଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତିନି ଛାତ୍ର ଙ୍କ ପରିବାର ଲୋକ ଓ ଗ୍ରାମବାସୀ ମଧ୍ୟ ଉପସ୍ଥିତ ଥିଲେ ।

ଚନ୍ଦ୍ରିକା ସେବା ଟ୍ରଷ୍ଟର ସଭାପତି ବଣ୍ଟୁ ଅଗ୍ରଓ୍ବାଲଙ୍କ ସଭାପତିତ୍ବରେ ଆୟୋଜିତ ସଭାକୁ ସଂଗୀତଜ୍ଞ ଶାସ୍ବତ ତ୍ରିପାଠୀ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ ନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ଚନ୍ଦ୍ରିକା ସେବା ଟ୍ରଷ୍ଟର ବିଦ୍ଧିବଦ୍ଧ ଶୁଭାରମ୍ଭ ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ଆସନ୍ତା ୧୪ ତାରିଖ ଠାରୁ ପ୍ରତି ରବିବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେ ରୋଗୀ ସମ୍ପର୍କୀୟ ମାନଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ କରାଯିବ ବୋଲି ଘଷୋଣା କରାଯାଇଛି । ଏହି ଶିବିରରେ ମୋଟ ୨୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ବେଛାସେବୀ, ସାଧାରଣ ଲୋକଙ୍କ ସହିତ ମହିଳାମାନେ ମଧ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

ରକ୍ତଦାନ ପ୍ରବର୍ତ୍ତକ ମନୋଜ ପଣ୍ଡା, ରାମନାରାୟଣ ଦାସ ଓ ଅକ୍ଷୟ କୁମାର ପୁଜାରୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ସଂଗ୍ରହରେ ସୁବର୍ଣ୍ଣପୁର ରକ୍ତ ଭଣ୍ଡାର ସମେତ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜ ଓ ବୁର୍ଲା ବିର ସୁରେନ୍ଦ୍ର ସାଏ ମେଡିକାଲ ରକ୍ତ ଭଣ୍ଡାର ସାମିଲ ହୋଇଥିଲେ । ବୁର୍ଲାରୁ ଆସିଥିବା ରକ୍ତ ସଂଗ୍ରହ ଦଳରେ ଡା ସଂଗ୍ରାମ ପରିଡା, ଦେବାଶିଷ ମିଶ୍ର, ଲାଲୁ ବିସ୍ବାସ, ଜନକ ବେହେରା, ପ୍ରହଲ୍ଲାଦ ବଢେଇ ସାମିଲ ଥିବାବେଳେ ସୁବର୍ଣ୍ଣପୁର ଦଳରେ ଡା ସରୋଜ ପଟେଲ, ଟିଟୁ ଭୋଇ, ଜଗତ ଦରୁୱାନ, ଯୁଧିଷ୍ଠିର ସାହୁ ପ୍ରମୁଖ ସାମିଲ ଥିଲେ । ଟ୍ରଷ୍ଟର ସଦସ୍ୟ ସନ୍ତୋଷ ମିଶ୍ର, ଦେବାଶିଷ ପଟ୍ଟନାୟକ, ସଞ୍ଜୟ ସାହୁ, ସତ୍ୟବ୍ରତ ପଧାନ, ସନ୍ତୋଷିନି ନନ୍ଦ, ଦୀପା ଅଗ୍ରୱାଲ, ଜୟନ୍ତି ରଥ ପ୍ରମୁଖଙ୍କ ସହ ସ୍ବେଛାସେବୀ ମାନେ ସହଯୋଗ କରିଥିଲେ ।