୯ ତାରିଖରେ ବାତ୍ୟା !

0
78
୯ ତାରିଖରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୪/୦୫) : ୯ ତାରିଖରେ ବାତ୍ୟା ! ଆସନ୍ତା ୬ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ

ଏହି ଘୂର୍ଣ୍ଣିବଳୟ ୭ ତାରିଖ ବେଳକୁ ଲଘୁଚାପର ରୂପ ନେବା ସହ ୮ ତାରିଖକୁ ଏହା ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏବଂ ୯ ତାରିଖରେ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅନ୍ୟପଟେ ଏହାର ପ୍ରଭାବ ଓଡ଼ିଶାକୁ ପଡ଼ିବ ନାହିଁ IMD DG ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି । ପାଣିପାଗ ବିଶେଷଜ୍ଞ ଶରତ ସାହୁ ଙ୍କ କହିବା ମୁତାବକ ସମୁଦ୍ର ଭିତରେ ବାତ୍ୟା ନେଇ ପାରିପାର୍ଶ୍ୱିକ ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ସମ୍ପୂର୍ଣ୍ଣ ସ୍ପଷ୍ଟ ହେବ ।ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ୧୮ ଜିଲ୍ଲାରେ ବିଲୁଜି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାରୁ yellow warning ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ଭୁବନେଶ୍ଵର ଓ କଟକରେ ପାଗ ମେଘୁଆ ରହିବା ସହ ଦିନ ତାପମାତ୍ରା ୩୪ ଡିଗ୍ରୀ ପାଖାପାଖି ରହିବ।