ଗୋରୁ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ, ୩ ଗୋରୁ ମୃତ

0
80
ଗୋରୁ ବୋଝେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୪/୦୫) : ଗୋରୁ ବୋଝେଇ ପିକଅପ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଗୋରୁଙ୍କ ଜୀବନ ଯାଇଥିବା ଜଣାପଡିଛି ।

ବାଲେଶ୍ୱର-ଜଳେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥ କାଶିଡିହା ନିକଟରେ ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକଅପ ଭାରସାମ୍ୟ ହରାଇ ନୟନଯୋରୀକୁ ଖସିଥିଲା । ସ୍ଥାନୀୟ ଅଞ୍ଚଳରେ କିଛି ଯୁବକ କ୍ୟାଟେରିଂ ସାରି ଫେରିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ପିକଅପ ଦେଖି ଜଳେଶ୍ୱର ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକ, ଅଗ୍ନିଶମ ବିଭାଗ, ପୋଲିସ ସହାୟତାରେ ପିକଅପ ରୁ ୧୫ ଗୋରୁ ଉଦ୍ଧାର ହୋଇଥିବା ବେଳେ ସେଥିରୁ ୬ ଗୋରୁ ଙ୍କ ମୃତ୍ୟୁ ହୋଇଛି । ଅପର ପକ୍ଷରେ ରାସ୍ତା ଜାମ ହୋଇଥିବା ରୁ ଅନ୍ୟ ଏକ ଗୋରୁବୋଝେଇ ଟ୍ରକ ଟି ରାସ୍ତା ରେ ଛିଡା ହୋଇଥିବା ଗ୍ରାମବାସୀ ଦେଖିବାକୁ ପାଇ ସେହି ଟ୍ରକ ଟିକୁ ଅଟକାଇ ପୋଲିସକୁ ହସ୍ତାନ୍ତର କରିଥିଲେ । ଟ୍ରକ ରେ ୪୦ରୁ ଉର୍ଦ୍ଧ୍ୱ ଗୋରୁ ଥିବା ବେଳେ ପିକଅପ ଏବଂ ଟ୍ରକ ର ଡ୍ରାଇଭର ଏବଂ ହେଲ୍ପର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ।