ଓଡିଶା ସାମ୍ବାଦିକସଂଘ ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

0
114
ଓଡିଶା ସାମ୍ବାଦିକସଂଘ

ରିପୋର୍ଟ : ରବିଶଙ୍କର ମହାପାତ୍ର
ଭୁବନେଶ୍ବର, (୩/୫) : ଭୁବନେଶ୍ୱର ଜୟଦେବ ଭବନ ଠାରେ ଆଜି ଓଡିଶା ସାମ୍ବାଦିକସଂଘ (OJU) ତରଫରୁ ବିଶ୍ୱ ପ୍ରେସ ସ୍ବାଧୀନତା ଦିବସ ପାଳନ କରାଯାଇଛି ।WhatsApp Image 2023 05 03 at 18.50.20 ଓଡିଶା ସାମ୍ବାଦିକସଂଘ ତରଫରୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

ଓଡିଶା ସାମ୍ବାଦିକସଂଘ ର ରାଜ୍ୟ ସଭାପତି ଶ୍ରୀ ଶସିଭୁଷଣ ପ୍ରହରାଜଙ୍କ ନେତୃତ୍ବରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ଓ ସାଂସଦ ଶ୍ରୀ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଉପସ୍ଥିତ ରହି ସାମ୍ବାଦିକତା ଉପରେ ନିଜର ମତ ପ୍ରକାଶ କରିଥିଲେ । ବହୁ ବରିଷ୍ଠ ସାମ୍ବାଦିକଙ୍କ ସହ ଓଡିଶାର କୋଣ ଅନୁକୋଣରୁ ସାମ୍ବାଦିକ ସଂଘ ସଭ୍ୟ ତଥା ପ୍ରତିନିଧି ମାନେ, ଉପସ୍ଥିତ ରହିଥିଲେ । ରାଜ୍ୟ ଉପ ସଭାପତି ଶ୍ରୀ ରମଣି ରଞ୍ଜନ ଦାଶ, ଶ୍ରୀ ଦୀପକ କୁମାର ନାୟକ, ଦୂର୍ଯ୍ୟୋଧନ ମହାରଣାଙ୍କ ସମେତ ବିଭିନ୍ନ ଖବର କାଗଜ ସମ୍ପାଦକ ତଥା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସୁରେଶ ରାଉତରାୟ ସାମ୍ବାଦିକ ସୁରକ୍ଷା ସମ୍ପର୍କରେ ସରକାରଙ୍କ କଡା ସମାଲୋଚନା କରିବା ସହ ଦିବଙ୍ଗତ ସାମ୍ବାଦିକ ପରିବାରକୁ ବିନା ସରକାରୀ ସହାୟତାରେ ଭତ୍ତା ପ୍ରଦାନ କରି ଆସୁଥିବାରୁ ରାଜ୍ୟ ସଭାପତି ଶସିଭୁଷଣ ପ୍ରହରାଜଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ସରକାରଙ୍କ ଦ୍ୱାରା ସାମ୍ବାଦିକଙ୍କ ସ୍ୱାର୍ଥ ସମ୍ବଳିତ ଯେକୌଣସି ବିଷୟ ଉପସ୍ଥାପନା ପାଇଁ ସାମ୍ବାଦିକଙ୍କ ମଧ୍ୟରେ ଏକତା ନିହାତି ଆବଶ୍ୟକ ବୋଲି ଶ୍ରୀ ରାଉତରାୟ ମତ ପ୍ରକାଶ କରିଥିଲେ । ଦୁଃସ୍ଥ ସାମ୍ବାଦିକଙ୍କୁ ଘର ଡିହ, କ୍ବାର୍ଟର,ଅବସର କାଳୀନ ଭତ୍ତା ଇତ୍ୟାଦି ପ୍ରଦାନ ପାଇଁ ସରକାର ନିହାତି ଭାବେ ପଦକ୍ଷେପ ନେବା ଦରକାର ବୋଲି ମତ ପ୍ରକାଶ କରିଥିଲେ । କୋରାପୁଟରୁ ସାଧାରଣ ସମ୍ପାଦକ ହରିଶ କୁମାର ପଟ୍ଟନାୟକ, ଉପ ସଭାପତି ତଥା ଭାରତୀୟ ସାମ୍ବାଦିକ ସଙ୍ଘ (IJU) ସଭ୍ୟ ରବିଶଙ୍କର ମହାପାତ୍ରଙ୍କ ସମେତ ରାଜ୍ୟର ଶତାଧିକ ସାମ୍ବାଦିକ ଏକତ୍ରିତ ହୋଇଥିବା ଜଣାପଡିଛି ।