Friday, March 29, 2024

Top 5 This Week

Related Posts

ସରପଞ୍ଚ ଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୩/୦୫) : ସରପଞ୍ଚ ଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା ଚାନ୍ଦୋତରା ଠାରେ ଥିବା ଏସବିଆଇ ବ୍ୟାଙ୍କରୁ ୯୫୬୦୦ ଟଙ୍କା ଉଠାଣ କରି ଫେରିଲା ବେଳେ ଲୁଟ୍‌ର ସିକାର ହୋଇଥିବା ସୂଚନା ।

ବାଲିପଦର ଓ ଗୁରୁଜଙ୍ଗ ଗାଁ ର ମଝିରେ ତିନି ଜଣ ଅଜଣା ଦୁର୍ବୃତ୍ତ ପଛ ପଟୁ ଗାଡିକୁ ଧକ୍କା ଦେଇ ସରପଞ୍ଚ ଙ୍କୁ ଗାଡିରୁ ପକାଇ ଦେଇଥିଲେ । ପରେ ମାରଣାସ୍ତ୍ର ଦେଖାଇ ପେଣ୍ଟ ଚିରିବା ସହ ଗାଡ଼ି ଡିକି ରୁ ସମସ୍ତ ଟଙ୍କା, ମୋବାଇଲ ଓ ଗାଡ଼ି ଚାବି ଧରି ଚମ୍ପଟ ମାରିଛନ୍ତି । ଉଦ୍ଧବ ବେହେରା ତଳେ ପଡି ଥିବା ଦେଖି ବାଟରେ ଯାଉଥିବା କିଛି ବ୍ୟକ୍ତି ତାଙ୍କୁ ଉଠାଇ ଉଦ୍ଧାର କରିଥିଲେ । ପରେ ଶ୍ରୀ ବେହେରା ସ୍ଥାନୀୟ ଫାଣ୍ଡି ବୋର୍ଡା ରେ ଲିଖିତ ଆକାରରେ ଅଭିଯୋଗ କରିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ଘଟିବା ପରେ ଅଞ୍ଚଳରେ ଭୟ ର ବାତାବରଣ ଦେଖାଦେଇଛି । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହ ପେଟ୍ରୋଲିଂ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

Popular Articles