Wednesday, August 12, 2020
Home Cultural & Festival ପଦ୍ମପୁର ବ୍ଲକ୍ ର ଦୁଇଟି ସ୍ଥାନରେ ଶ୍ରୀରାମ ନବମୀ ମହା ଆଡମ୍ବର ସହ ପାଳିତ-ସହର ଉତ୍ସବ...

ପଦ୍ମପୁର ବ୍ଲକ୍ ର ଦୁଇଟି ସ୍ଥାନରେ ଶ୍ରୀରାମ ନବମୀ ମହା ଆଡମ୍ବର ସହ ପାଳିତ-ସହର ଉତ୍ସବ ମୁଖର

ପଦ୍ମପୁର(ପ୍ରଭାତ ମିଶ୍ର): ରାୟଗଡା ଜିଲ୍ଲାର ବହୁ ପୁରାତନ ରୁ ରହି ଆସିଥିବା ଆଖୁଶିଙ୍ଘର ଶ୍ରୀ ରାମ ନବମୀ ମହୋତ୍ସବ ମହା ଆଡମ୍ବର ସହକାରେ ୫ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି | ଏଠି ନିମନ୍ତେ ପ୍ରତ୍ୟେକ ଦିନ ଆଖୁ ସିଂ ଶ୍ରୀରାମ ମନ୍ଦିରରୁ ସୁସଜ୍ଜିତ ପାଲିଙ୍କିରେ ପ୍ରଭୁ ରାମ, ଲକ୍ଷ୍ମଣ , ଜାନକୀ ଙ୍କ ଚାଲନ୍ତି ପ୍ରତିମାଙ୍କୁ ବସାଇ ଭଜନ କୀର୍ତନ ମାଧ୍ୟମରେ ସହର ପରିକ୍ରମ କରାଇଥିଲେ | ଏହି ଅବସରରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଠାକୁର ଓ ଯାତ୍ରାକୁ ଉପଭୋଗ କରିବାକୁ ଆସୁଥିବା ସମୟରେ ଏହି ଯାତ୍ରାକୁ ପୌରାହିତ୍ୟ କରିଥିଲେ ପର୍ଶୁରାମ ପାଣିଗ୍ରାହୀ ଓ ବାତୁ ମହାପାତ୍ର | ଏହା ସମସ୍ତ ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବ ପାଳିତ ହେଉଛି | ଏହି ଯାତ୍ରା ଉପଲକ୍ଷେ ସାଂସ୍କୃତିକ ଓ ପୌରାଣିକ ନୃତ୍ୟ ଅନୁଷ୍ଠିତ କରାଯାଉଥିବା ବେଳେ ଗଂଜାମ ଜିଲ୍ଲାର ଚଷାନିମଖଣ୍ଡି ପେଣ୍ଠ ଗ୍ରାମର ପୌରାଣିକ ନାଟକ ରାମାୟଣର ନିର୍ଦେଶକ ମୋନରଞ୍ଜନ କର, ନୃତ୍ୟଗୁରୁ ବୁଲୁ ପଣ୍ଡାଙ୍କ ସହଯୋଗରେ ରାମାୟଣ ନୃତ୍ୟ ପରିବେଷଣ କରାଯାଇଥିଲା | ଠିକ ସେହିଭଳି ଗୁଡିଏ ବନ୍ଧ ନିକଟସ୍ଥ ଜିରାଗ୍ରାମରେ ମଧ୍ୟ ଶ୍ରୀରାମ ନବମୀ ଓ ରାମ ଜନ୍ମ ମହୋତ୍ସବ ଧୁମ ଧାମ ରେ ପାଳିତ ହୋଇଥିଲା |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: