Thursday, March 28, 2024

Top 5 This Week

Related Posts

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୪) : ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ-୨୦୨୩ ପାଳିତ ହୋଇ ଯାଇଛି ।WhatsApp Image 2023 04 30 at 10.05.30 1 ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସହରର ଘୋଡାଘାଟ ପଡା ସ୍ଥିତ ପଶ୍ଚିମ ସୋମନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାର ଆୟୋଜନ କରା ଯାଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାଟି ସହର ପରିକ୍ରମା କରି ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ପହଞ୍ଚିଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର,ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ଭିଏସ୍ଡ଼, ଡଃ ପ୍ରତ୍ୟୁଷ ରଞ୍ଜନ ବାଘ, ଡଃ ଶ୍ୟାମ ସୁନ୍ଦର ପାଣ୍ଡେ ଙ୍କ ସମେତ ପ୍ରାଣୀ ଚିକିତ୍ସା ବିଭାଗର ଚିକିତ୍ସକ ବିଭାଗୀୟ କର୍ମଚାରୀ, ସ୍ବେଚ୍ଛାସେବୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏନସିସି ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।ଗୃହ ପାଳିତ ପ୍ରାଣୀଙ୍କ ସେବା ଯତ୍ନ ,ତାଙ୍କର ଖାଦ୍ୟ ପେୟ, ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଉପରେ ସମ୍ବେଦନଶୀଳ ହେବା ପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇଥିଲା । ସେହିପରି ପରିବେଶ ସନ୍ତୁଳନ ପାଇଁ ପୃଥିବୀ ପୃଷ୍ଠର ପ୍ରତ୍ୟେକ ପ୍ରଣୀଙ୍କ ଉପସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ପରେ ସହରର ହିଲଟନ ହେଭେନ୍ ହୋଟେଲ ର ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

Popular Articles