ରାୟଗଡ଼ା ସଂୟଶାସିତ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ପକ୍ଷରୁ ସେମିନାର ଅନୁଷ୍ଠିତ

0
123
ରାୟଗଡ଼ା ସଂୟଶାସିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୦୪) : ରାୟଗଡ଼ା ସଂୟଶାସିତ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ପକ୍ଷରୁ “India Experience with GST” ଶୀର୍ଷକ ଉପରେ ଏକ ସେମିନାର ଅନୁଷ୍ଠିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ସଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ପ୍ରସନ୍ନ କୁମାର ଗନ୍ତାୟତ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ବକ୍ତା ଭାବେ, Odisha Taxation and Accounts Service Officer, ଶ୍ରୀ ରମେଶ ଟାକିରି ଛାତ୍ର ଛାତ୍ରୀ ମାନଙ୍କୁ GST ସମ୍ପର୍କରେ ଅର୍ଥନିତୀକ ଅଭିବୃଦ୍ଧିରେ GST ର ସହାୟକତା ଏବଂ ବିଶ୍ଵରେ ଭାରତର ସ୍ଥାନ ଅର୍ଥନିତୀ କ୍ଷେତ୍ରରେ ଆଲୋକପାତ କରାଇଥିଲେ । GST ର ଅଭିବୃଦ୍ଧି ଆର୍ଥିକ ବର୍ଷ ୨୦୨୧-୨୨ ତୁଳନାରେ ୨୦୨୨-୨୩ ରେ ଶତକଡ଼ା ୨୩ ଭାଗରେ ଅଭିବୃଦ୍ଧି ହୋଇଛି ବଲି ଛାତ୍ରଛାତ୍ରୀ ମାନଙ୍କୁ ସୁଚାଇଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀ ସୁବ୍ରତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବାଣିଜ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ମୋନାଲିସା ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ସମସ୍ତ ଅଧ୍ୟାପକ ଅଧ୍ୟାପିକାଏବଂ ସମସ୍ତ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ଶେଷରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀ କେଦାରନାଥ ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।