Thursday, October 1, 2020
Home Corona Lockdown ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର (୨୧/୦୪): କୋଭିଡ ୧୯ର ପ୍ରତିଷେଧକ ନିମନ୍ତେ ସ୍ଥାନୀୟ ବିଇ ଡି କଲେଜ୍ ଠାରେ ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ , ଶାସନ ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ରେ ଭିଡିଓ କନଫରେନ୍ସ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଏସ ପି ନୀତିନ କୁଶଳକର, ଖ୍ରୀଷ୍ଟିୟାନ୍ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ସନ୍ତୋଷ ନାଗ, ଜିଲ୍ଲା ଚିକତ୍ସାଧିକାରୀ ସନ୍ତୋଷ ସ୍ବାଇଁ ଓ ପାରା ମେଡିକାଲ୍ ଷ୍ଟାଫ ସହ ବାର୍ତ୍ତାଳାପ କରି ଆନୁଷ୍ଠାନିକ ଭାବେ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇଛି ।

ଏହି ହସ୍ପିଟାଲର ସମସ୍ତ ଖର୍ଚ୍ଚ ନାଲୋକ୍ ବହନ କରୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଖ୍ରୀଷ୍ଟାୟାନ୍ ହସ୍ପିଟାଲ୍ ମିଳିତ ଉଦ୍ୟମରେ ପରିଚାଳନା ହେବ । ଏହି ହସ୍ପିଟାଲରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଅକ୍ସିଜେନର ସୁବିଧା ରହିଥିବା ସହ ଆଇ ସିଇ ୟୁ ଭେଣ୍ଟିଲେଟର ଓ ପରୀକ୍ଷା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରହିଥିବା ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ଏଥିରେ ୧୦ ଜଣ ଡାକ୍ତର, ୩ ଜଣ ମେଡ଼ିସିନ୍ ସ୍ପେସେଲିଷ୍ଟ୍, ୮୭ ଜଣ ଷ୍ଟାଫ ନର୍ସ,ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନିସିଆନ , ସୁଇପେର ଓ ସୁରକ୍ଷା କର୍ମୀ ନିର୍ଯୁକ୍ତି ହୋଇଛନ୍ତି । ଏହି ହସ୍ପିଟାଲ୍ କୁ ଖ୍ରୀଷ୍ଟିଆନ ହସ୍ପିଟାଲ୍ ସୋସାଇଟି ଦାୟତ୍ବ ବହନ କରିଛନ୍ତି । ଏହା ଏକ ପିଏଚସି ନବରଙ୍ଗପୁରର ଏକ ଏକ୍ସଟେନସନ୍ ହସ୍ପିଟାଲ୍ । ଏଠାରେ କୋରନା ରୋଗୀର ଚିକିତ୍ସା କରିବା ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ପ୍ରକାର କାର୍ଯ୍ୟ କରାଯିବ । ସାଧାରଣ ସ୍ବାସ୍ଥ୍ୟ ସେବା ବିଶେଷ କରି ଡି ଏଚ ଏସ ଓ ସି ଏଚ ସି କୁ କରୋନା ସମ୍ପୃକ୍ତ ରୋଗୀ କିମ୍ବା କରୋନା ସନ୍ଦେହରେ ଥିବା ରୋଗୀଙ୍କୁ ମୁଖ୍ୟ ଚିକିତ୍ସାଳୟରେ ନ ନେଇ ଏଠାରେ ସେମାନଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି । ଯଦ୍ୱାରା ସଂକ୍ରମଣ ରୋକା ଯାଇ ପାରିବ ବୋଲି ଲକ୍ଷ୍ୟ ନେଇ କେଭିଡ କେର ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇ ଥିବା ଜିଲ୍ଲାପାଳ ଡାକ୍ତର ଅଜିତ୍ କୁମାର ମିଶ୍ର ପ୍ରକାଶ କରିଛନ୍ତି ।

ଏହା ଏକ କେଭିଡ ସ୍ବାସ୍ଥ୍ୟ ସେବା କେନ୍ଦ୍ର । ଏଠାରେ ୮୭ ଟି ସିଙ୍ଗେଲ ରୁମ୍ , ୧୬ ଟି ହାଇ ଡିପେଣ୍ଡ ଡେ଼ନ୍ସି ୟୁନିଟ୍ ରହିଛି ଥିବା ସହ ଅତ୍ୟାଧୁନିକ ପରୀକ୍ଷା ଗାର ଯନ୍ତ୍ରପାତି , ଅକ୍ସି ଜେନ , ଭେଣ୍ଟି ଲେଟର , ସ୍ୟାବ୍ ସଂଗ୍ରହ ପାଇଁ ଲ୍ୟାବ ରୁମର ବ୍ୟବସ୍ଥା କରାଯାଇଛି । ମାଧ୍ୟମ ଧରଣର କରୋନା ଆକ୍ରାନ୍ତ ରୋଗୀଙ୍କୁ ରଖାଯିବ । ମେଡିକାଲ୍ ସିକ ରୋଗୀଙ୍କୁ ବାହାର୍ ଜିଲ୍ଲା ହସ୍ପିଟାଲ୍ କୁ ପଠାଯିବ ବୋଲି ଖ୍ରଷ୍ଟିଆନ ହସ୍ପିଟାଲ୍ ସୋସାଇଟି ର ମୁଖ୍ୟ ଡାକ୍ତର ସନ୍ତୋଷ ନାଗ ସୂଚନା ଦେଇଛନ୍ତି । ଜିଲ୍ଲାରେ ୧୧୨ ଜଣ ଙ୍କ କରୋନା ସଂକ୍ରମଣ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ସେଥିରୁ ୬୮ ଜଣଙ୍କ ରକ୍ତ ନମୁନା ନେଗେଟିଭ ବାହାରି ଥିବା ବେଳେ ବାକି ୪୪ ଜଣଙ୍କ ରକ୍ତ ନମୁନା ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସି ନ ଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ ସ୍ବାଇଁ ସୂଚନା ଦେଇଛନ୍ତି ।

ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଓ ତହସିଲଦାର ନବରଙ୍ଗପୁର ତତ୍ତ୍ଵାବଧାନରେ ଏହି ହସ୍ପିଟାଲ କାର୍ଯ୍ୟ କରିବ । ନିୟମିତ ଭାବେ ଏହି ଅଧିକାରୀ ମାନେ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଭାସ୍କର ରଇତ , ଏ ଡି ଏମ୍ ଓ ଡା.ଶୋଭା ରାଣୀ ମିଶ୍ର , ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀହାଲ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: