ଚାରାରୋପଣ ବେଳେ ୨ଜଣଙ୍କୁ ମରଣାତ୍ମକ ଆକ୍ରମଣ, ମେଡିକାଲରେ ଭର୍ତ୍ତି

0
83
ଚାରାରୋପଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୭/୦୪) : ୩ ଜଣ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ୨ ଜଣଙ୍କୁ ଆକ୍ରମଣ କରିଥିଲେ । କଟକ ଜିଲ୍ଲା ସାଲେପୁର ଥାନା ବାଲିସାହି ପଞ୍ଚାୟତ ରାଘବପୁର ଗ୍ରାମ ହନୁମାନ ମନ୍ଦିର ସମ୍ମୁଖରେ ଚାରାରୋପଣ କରୁଥିବା ସମୟରେ ୨ଜଣ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।

ଆକ୍ରମଣରେ ୨ଜଣ ଯୁବକ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଯୁବକ ଦୁଇଜଣ ହେଲେ ବାଲିସାହି ଗ୍ରାମର ଦୁର୍ଯ୍ୟୋଧନ ବେହେରା ଓ ପ୍ରଭାତ କୁମାର ବେହେରା । ସୂଚନାମୁତାବକ, ଦୁର୍ଯ୍ୟୋଧନ ଓ ପ୍ରଭାତ ଚାରାରୋପଣ ସମୟରେ ସେହି ବାଲିସାହି ଗ୍ରାମର ଦେବ ବେହୁରୀ, ରାଜା ବେହୁରୀ ଓ ଗଗନ ବେହୁରୀ ସଙ୍ଘବଧ ଭାବେ ଟାଙ୍ଗିଆ ଓ ଧାରୁଆ ମାରଣାସ୍ତ୍ର ସହ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ଦୁର୍ଯ୍ୟୋଧନ ଓ ପ୍ରଭାତ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ଅଧିକ ଚିକିତ୍ସାପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଯ୍ୟୋଧନ ଓ ପ୍ରଭାତଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କାହାରିକୁ ଅଟକରଖି ନଥିବା ସୂଚନାମିଳିଛି ।