ପଛୁଆ ବର୍ଗ ଚି଼ହ୍ନଟ ନିମନ୍ତେ ଶିକ୍ଷକ ଙ୍କୁ ତାଲିମ

0
105
ପଛୁଆ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୪) : ରାଜ୍ୟ ସରକାର ରାଜ୍ୟ ରେ ଥିବା ସାମାଜିକ ଓ ଶିକ୍ଷା ରେ ପଛୁଆ ଥିବା ବର୍ଗଙ୍କୁ ଚି଼ହ୍ନଟ କରିବା ପାଇ ଉଦ୍ୟମ ଆରମ୍ଭ କରିଛନ୍ତି ।

ଆଜି କାଶୀନଗର ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ସଭା ଗୃହରେ ଏନ ଏ ସି ଅଞ୍ଚଳ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କୁ ପଛୁଆ ବର୍ଗ ଚି଼ହ୍ନଟ ନିମନ୍ତେ ଏକ ଦିନିଆ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ ପ୍ରଦାନ ପାଇଁ ସି ଇ ଓ ଉଜାଲାତା ଶୁଆଲସିଂ ଓ ମୁକ୍ତା ଯୋଜନା ର ପ୍ରୋଗ୍ରାମ କୋରଡିନେଟର ରାକେଶ ଦାସ ଶିକ୍ଷକ ମାନଙ୍କୁ ଫର୍ମ ର ବିଭିନ୍ନ ସମସ୍ୟା ନେଇ ବିସ୍ତୃତ ଆଲୋଚନା କରିଥିଲେ । ଯଦିଓ ଅଙ୍ଗନବାଡି କର୍ମୀ ଙ୍କୁ ଏ ନେଇ ବିସ୍ତୃତ ତାଲିମ ପ୍ରଦାନ କରାଯାଇଛି, ଯଦିଓ ସେମାନେ କୌଣସି ଅସୁବିଧା ରେ ପଡିବେ ତାହାହେଲେ ଶିକ୍ଷକ ମାନଙ୍କୁ ଏହି କାର୍ଯ୍ୟ ରେ ଲଗାଯିବ ବୋଲି ସି ଇ ଓ ଶୁଆଲସିଂ କହିଛନ୍ତି ।