Friday, September 25, 2020
Home Cultural & Festival ଗନ୍ଧମାର୍ଦ୍ଦନର ଦୁଇଟି ଐତିହ୍ୟ "ପଣ୍ତା ଘର ନିବାସ" ଓ "ରଜାବସା" ର ପୁନଃ ରୁଦ୍ଧାର ଆବଶ୍ୟକ

ଗନ୍ଧମାର୍ଦ୍ଦନର ଦୁଇଟି ଐତିହ୍ୟ “ପଣ୍ତା ଘର ନିବାସ” ଓ “ରଜାବସା” ର ପୁନଃ ରୁଦ୍ଧାର ଆବଶ୍ୟକ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୧୭/୦୪): ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ ନୃସିଂହନାଥ ମନ୍ଦିର ବୋଲି କୁହାଯାଏ ।

ନୃସିଂହନାଥ ମନ୍ଦିର ର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ଯ ପ୍ରତ୍ନତତ୍ତ୍ବ ବିଭାଗ ହାତରେ ଥିବା ବେଳେ ଏହି ମନ୍ଦିରର ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ କୁ ହସ୍ତାନ୍ତର କରିବା ପାଇଁ ଅନେକ ଦିନରୁ ଦାବି ହେଉଛି । ଗନ୍ଧମାର୍ଦ୍ଦନ ର ଆଉ ଦୁଇଟି ପୁରାତନ ଐତିହ୍ୟ ” ପଣ୍ତା ଘର ” ନିବାସ ଓ ଗନ୍ଧମାର୍ଦ୍ଦନ ପାହାଡ ଉପରେ ଥିବା ” ରଜାବସା ” ବର୍ତ୍ତମାନ ଧ୍ବଂସ ମୁଖରେ ଅଛି । ଏହି ଦୁଇଟି କୀର୍ତ୍ତି ସହ ଅନେକ ଭିତ୍ତିଭୂମି ଯୋଡି ହୋଇ ରହିଛି । ନୃସିଂହନାଥ ନିକଟରେ ଥିବା ” ପଣ୍ତା ଘର ନିବାସ ” ଯାହା ଐତିହାସିକ ମାନଙ୍କ ମତରେ, ଏହାର ନିର୍ମାଣ ସମୟ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ ହେବ । ପାଟଣା ମହାରାଜ ମନ୍ଦିର ପ୍ରତିଷ୍ଠା କଲାପରେ ମନ୍ଦିରର ସଂପୂର୍ଣ୍ଣ ପରିଚାଳନା ଦାୟିତ୍ବ ” ପଣ୍ତା ଘର ନିବାସ ଉପରେ ନ୍ଯସ୍ତ ଥିଲା ।ପାଖରେ ଏକ ପୁଷ୍କରିଣୀ ମଧ୍ୟ ଅଛି । ଏହି ନିବାସ ଏବେ ଧ୍ବଂସ ମୁଖରେ ।

ପଣ୍ତା ଘର ନିବାସ ର ଜଣେ ବଂଶଧର ଶ୍ରୀ ସୁବୋଧ ପଣ୍ତା ବର୍ତ୍ତମାନ ନୃସିଂହନାଥ ମନ୍ଦିରରେ ସେବାୟତ ଭାବେ କାର୍ଯ୍ୟ କରୁଛନ୍ତି । ଠିକ୍ ସେହିପରି ଗନ୍ଧମାର୍ଦ୍ଦନ ଶିଖର ଉପରେ ନୃସିଂହନାଥ ଠାରୁ ୧୦ କିଲୋ ମିଟର ଓ ହରି ଶଙ୍କର ମନ୍ଦିର ଠାରୁ ୮ କିଲୋ ମିଟର ଦୂରରେ ଏକ ପୁରାତନ କୀର୍ତ୍ତି ” ରଜାବସା ” ଅବସ୍ଥିତ । ଐତିହାସିକ ଡା ନବୀନ ସାହୁଙ୍କ ମତରେ ଏହାର ନିର୍ମାଣ ପାଖାପାଖି ତିନିଶହ ବର୍ଷ ହେବ । ଏହି ଦୁଇଟି ପୁରାତନ କୀର୍ତ୍ତି ବର୍ତ୍ତମାନ ଧ୍ବଂସ ମୁଖରେ । ରାଜ୍ୟ ସରକାର ଏହାର ପୁନଃରଦ୍ଧାର କରିବା ପାଇଁ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଜଣେ ମୃତ

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୨୪/୦୯): ବରୀ ବ୍ଲକ ଅଧିନସ୍ଥ ଆନ୍ୟାସପୁର ଗ୍ରାମ ରେ ପ୍ରେମ ବିବାହ କୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଜଣକର ମୃତୁ ଘଟିଛି...

ବିଜେପି ନେତା ବି. ସୁବାଷ ଚନ୍ଦ୍ରପାତ୍ରଙ୍କ ବିୟୋଗରେ ଶୋକ

ରିପୋର୍ଟ: ବିଭୁତି ଲହରିଆ // ବାଲିଗୁଡା ୨୪/୯): ବାଲିଗୁଡାର ବରିଷ୍ଠ ବିଜେପି ନେତା ବି ସୁବାଷ ଚନ୍ଦ୍ର ପାତ୍ରଙ୍କ ବିୟୋଗରେ କନ୍ଧମାଳ ବିଜେପି ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଶୋକ ସଭା ଅନୁଷ୍ଠିତ...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଜୁନାଗଡ ହାଇଟେକ ଥାନା ଉଦଘାଟିତ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି ତା୨୪.୦୯.୨୦୨୦): କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ହାଇଟେକ ଥାନା ଉଦଘାଟିତ ହୋଇଯାଇଛି । ଓଡିଶା ର ମାନ୍ୟବର ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉଦଘାଟନ...

ଧାନ ଫସଲ ରେ ଅଜଣା ରୋଗ, କାମ ଦଉନି କୀଟନାଶକ,ଚିନ୍ତାରେ ଚାଷୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୪ /୯/୨୦): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ ଟି ପଞ୍ଚାୟତର ବିଭିନ୍ନ ଗ୍ରାମ ରେ ଧାନ ଫସଲରେ ମାଡି ଚାଲିଛି...

Recent Comments

%d bloggers like this: