ଜଳିଗଲା ପାନ ଦୋକାନ

0
77
ଜଳିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୨୬/୦୪) : ହୁ ହୁ ହୋଇ ଜଳିଗଲା ପାନ ଦୋକାନ । ଆଉ ଦୋକାନ ରେ ଥିବା ଜିନିଷ ପତ୍ର ଟଙ୍କା ପଇସା ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।

ଜଳିଗଲା ପାନ ଦୋକାନ । ମୟୁରଭଞ୍ଜ ବିଶୋଇ ଥାନା ଅଧୀନ ୫୦ ନମ୍ବର ରାଜ୍ୟ ରାଜପଥ ର କୁନ୍ଦୁଳିଆ ଛକ ରେ ଥିବା ଏକ ପାନ ଦୋକାନ ରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ବିଶୋଇ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ଦୋକାନ ସମେତ ସମସ୍ତ ଦୋକାନ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ତେବେ ସେଠାରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟହୋଇନାହିଁ ।