କରେଣ୍ଟ ଲାଗି ୧୦ ବର୍ଷ ଛାତ୍ରୀର ମୃତ୍ୟୁ

0
75
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୨୬/୦୪) : କରେଣ୍ଟ ଲାଗି ୧୦ ବର୍ଷ ଛାତ୍ରୀର ମୃତ୍ୟୁ । ଗୁଣୁପୁର ବ୍ଲକ ଅନ୍ତର୍ଗତ ଗୋଟଲପଦର ପଞ୍ଚାୟତର କୁକୁରୁ ଗୁଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା ।

୧୦ ବର୍ଷ ଝିଅ ପ୍ରିୟାଞ୍ଜଳି ନିମାଲା ଅଙ୍ଗନବାଡି କେନ୍ଦ୍ର ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସେହିଠାରେ ଟଳି ପଡିଥିଲେ । ଗ୍ରାମବାସୀ ଦେଖି ସଙ୍ଗେ ସଙ୍ଗେ ଜଗନ୍ନାଥପୁର ମେଡିଲକୁ ଓଟ ଯୋଗେ ନେଇଥିଲେ । ସେଠାରୁ ପୁଣି ଗୁଣୁପୁର ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଛାତ୍ରୀକୁ ମୃତ ଘୋଷଣା କରିଥିଲେ । ଶବକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ଦିଆଯିବ ବୋଲି ଜଣାପଡିଛି । ଛାତ୍ରୀଙ୍କ ମୃତ୍ୟୁ ଖବରରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।