Thursday, October 29, 2020
Home Corona Virus Awereness ସିକରପାଇ ସ୍ବେଚ୍ଛାସେବୀଙ୍କ ଦ୍ଵାରା ୨୫୦ ମାସ୍କ ବଣ୍ଟନ

ସିକରପାଇ ସ୍ବେଚ୍ଛାସେବୀଙ୍କ ଦ୍ଵାରା ୨୫୦ ମାସ୍କ ବଣ୍ଟନ

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର (ତା ୧୭/୪): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ଗ୍ରାମ ପଞ୍ଚାୟତ ରେ ଆଜି ତିନି ଗୋଟି ଗ୍ରାମରେ ଯଥା କ୍ରିକେଲ ପାଡୁ,ଧାମଲିମା ଓ ଜାମୁଗୁଡା ଗ୍ରାମରେ ସିକରପାଇ ଗ୍ରାମର ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ମୋଟ ୨୫୦ ଗୋଟି ମାସ୍କ ବାଣ୍ଟି ଥିବାର ଦେଖିବାକୁମିଳିଛି ।

କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କରୋନା ସଂକ୍ରମକ ଭାଇରସ କୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ଲୋକ ମାନଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ସଚେତନତା କରୁଥିବା ବେଳେ ଗାଁ ଗହଳି ର ଲୋକମାନଙ୍କୁ ବଜାରକୁ ଯିବାରେ କଟକଣା ହୋଇଥିବାରୁ ଲୋକମାନେ ବଜାର ଯାଇ କିଣିପାରୁନାହାଁନ୍ତି ଓ ଲକ ଡାଉନ ହେବାପରେ ଲୋକଙ୍କ ପାଖରେ ମାସ୍କ କିଣିବା ପାଇଁ ପଇସା ନ ଥିବା ଅଭିଯୋଗ ହେଉଛି ସରକାର କହୁଛି ମାସ୍କ ନପିନ୍ଧି ଘରରୁ ବାହାରକୁ ବାହାରନ୍ତୁ ନାହିଁ ଯଦି ବିନା ମାସ୍କରେ ଘରରୁ ବାହାରକୁ ଆସିଲେ ୨୦୦ ଟଙ୍କା ଫାଇନ ଏହି ପରିପେକ୍ଷିରେ ଲୋକମାନେ ଘର ରୁ ବାହାରିବାକୁ ଡରୁଛନ୍ତି ବର୍ତ୍ତମାନ ଉଜ୍ଲାଲା ଯୋଜନା ରେ ସରକାର ୭୭୫ ଟଙ୍କା ବ୍ୟାଙ୍କ ପାସ ବହିରେ ଛାଡିବା ପରେ ବ୍ୟାଙ୍କ ଓ ଜନସେବା କେନ୍ଦ୍ର ରେ ଟଙ୍କା ଉଠାଇବା ପାଇଁ ମାସ୍କ ନଥିବାରୁ ଯିବାକୁ ଡର ଲାଗୁଛି ବୋଲି ଗ୍ରାମ ବାସୀ ମାନେ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଥିବା ବେଳେ ସିକରପାଇ ଗ୍ରାମ ର ଯୁବ ସ୍ବେଚ୍ଛାସେବୀ ମାନେ ନିଜ ପଞ୍ଚାୟତ କୁ ସୁରକ୍ଷା ଦେବା ପାଇଁ ତହସିଲଦାର ଙ୍କ ଆଦେଶ କ୍ରମେ ପ୍ରତ୍ୟେକ ଗ୍ରାମରେ ମାସ୍କ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇ ଆଜି କ୍ରିକେଲ ପାଡୁ, ଧାମଲିମା ଓ ଜାମୁଗୁଡାରେ କଲ୍ୟାଣ ସିଂହପୁର ତହସିଲଦାର ଶ୍ରୀ ଦେବାଶିଷ କର ଙ୍କ ଜରିଆରେ ମାସ୍କ ବାଣ୍ଟିବାର ଶୁଭରମ୍ବ କରିଛନ୍ତି ।

ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କୁ ସିକରପାଇ ଗ୍ରାମର ଶ୍ରୀ ବାସୁଦେବ ମାର୍ଥା, ଜି ମହେଶ୍ଵର ରାଓ,ରବୀନ୍ଦ୍ର ବେହେରା, ମୁନା ସେଠୀ, ଏନ ସମେଶ,ନିରଞ୍ଜନ କାଡ୍ରାକା,ନରସିଂହ କୌଶଲ୍ୟା ଓ ଜି ଜଗନ୍ନାଥ ପ୍ରମୁଖ ଭାବେ ଏହି ମାସ୍କ ବଣ୍ଟନ କାର୍ଯ୍ୟ କୁ ପଞ୍ଚାୟତ ର ସବୁ ଗ୍ରାମ ର ଲୋକ ମାନଙ୍କୁ ମାସ୍କ ସହାୟତା କରିବୁ ବୋଲି ପ୍ରକାଶ କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସେପ୍ଟେମ୍ବର ମାସର ଦରମା ପାଇନାହାନ୍ତି ଜୁନାଗଡ ଆରଏମସି କର୍ମଚାରୀ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // ଜୁନାଗଡ଼ (୨୮/୧୦): କଳାହାଣ୍ଡି ତା.୨୮.୧୦.୨୦୨୦ ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି...

ରାୟଗଡ଼ା ସାମ୍ବାଦିକ ସୁଶାନ୍ତ ଦାସଙ୍କ ବଡବାପା ରତ୍ନାକର ଦାସଙ୍କ ପରଲୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୮/୧୦): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଚନ୍ଦନ ନଗର ଗ୍ରାମପଞ୍ଚାୟତ ଅଧୀନସ୍ଥ ଗୋପ୍ତିରା ଗ୍ରାମର ଶ୍ରୀଯୁକ୍ତ ରତ୍ନାକର ଦାସ ଙ୍କ ଗତ ରବିବାର ରାତ୍ର...

ଏସାର- ଗୁରୁକୁଳ ର ଭାରତ କାର୍ଯ୍ୟାଳୟ ଉଦଘାଟିତ

ରିପୋର୍ଟ: ସତ୍ୟଜିତ ବାରିକ // ଭୁବନେଶ୍ୱର / ନୂଆଦିଲ୍ଲୀ / ମାଞ୍ଚେଷ୍ଟର - ୨୭.୧୦): ଭାରତ ବର୍ଷର ପ୍ରାଚୀନ ଗୁରୁକୁଳ ଶିକ୍ଷା ପରମ୍ପରା ଖୁବ ମହାନ ଓ ମହିମାମୟ ଥିଲା ବୋଲି ଓଡିଶା ବିଧାନ...

ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ରିପୋର୍ଟ: ଚିତ୍ତରଞ୍ଜନ ବାଗ // ଗୋଲାମୁଣ୍ଡା (୨୭/୧୦): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୁଲିସ ଦ୍ଵାରା ଗତ କାଲି ସନ୍ଧ୍ୟା ସମୟରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଇଣ୍ଡି ମୁଣ୍ଡା ଠାରେ ଜଣେ ଯୁବକଙ୍କ ଶବ ଉଦ୍ଧାର...

Recent Comments

%d bloggers like this: