ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ

0
87
ହାତୀ ଆକ୍ରମଣରେ ଜଣେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୨/୦୪) : ଗାଁ’ରେ ପଶିଲେ ହାତୀ । ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ହସନପୁର ଗାଁ’ର ବଟକୃଷ୍ଣ ପ୍ରଧାନ ।

ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ । ବଟକୃଷ୍ଣ ଆଜି ସକାଳୁ ଗାଁ ନିକଟ ପଳାସ ବଣକୁ ଶୌଚ ହେବାକୁ ଯାଇଥିବା ସମୟରେ ଦୁଇଟି ହାତୀ ଅଚାନକ ତାଙ୍କ ସାମ୍ନାକୁ ଆସିଯିବା ସହିତ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀର ଗତିବିଧି ଉପରେ ନଜର ରଖିବାସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଇଛନ୍ତି । ହାତୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ଟମକା ସଂରକ୍ଷିତ ଜଙ୍ଗଲରୁ ଗୋଠଛଡା ହୋଇ ହାତୀ ନଛିପୁରା ଦେଇ ଆନନ୍ଦପୁର ଅଞ୍ଚଳକୁ ପଳାଇଆସିଥିବା ବନବିଭାଗ ତରଫରୁ ସୂଚନା ମିଳିଛି ।